ନୂଆପଡାରେ ନବୀନ ପଟ୍ଟନାୟକଙ୍କ ରୋଡ ଶୋ
ନୂଆପଡ଼ା, ୭ ନଭେମ୍ବର (ହି.ସ.)- ନୂଆପଡ଼ା ଉପ ନିର୍ବାଚନ ସରଗରମ ହୋଇଛି। ପ୍ରଚାର ପ୍ରସାରରେ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନରେ ବିପୁଳ ଜନ ସମାଗମ, ନୂଆପଡ଼ାରେ ନବୀନ ପଟ୍ଟନାୟକଙ୍କ ରୋଡ ଶୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ନବୀନ ପଟ୍ଟନାୟକ ସ୍ବତନ୍ତ୍ର ହେଲିକେପ୍ଟରେ ଖରିଆର ରୋଡ ପୋଲିସ ଥାନା ପଛ ପଟ
Nabin pattnaik nka road show


ନୂଆପଡ଼ା, ୭ ନଭେମ୍ବର (ହି.ସ.)- ନୂଆପଡ଼ା ଉପ ନିର୍ବାଚନ ସରଗରମ ହୋଇଛି। ପ୍ରଚାର ପ୍ରସାରରେ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନରେ ବିପୁଳ ଜନ ସମାଗମ, ନୂଆପଡ଼ାରେ ନବୀନ ପଟ୍ଟନାୟକଙ୍କ ରୋଡ ଶୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି।

ନବୀନ ପଟ୍ଟନାୟକ ସ୍ବତନ୍ତ୍ର ହେଲିକେପ୍ଟରେ ଖରିଆର ରୋଡ ପୋଲିସ ଥାନା ପଛ ପଟ ପଡ଼ିଆରେ ଅବତରଣ କରିଥିଲେ। ଏହାପରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରୋଡ ଶୋ ଅନୁଷ୍ଠିତ ହୋଇଥିଲା। ଜାତୀୟ ରାଜପଥ ଉଭୟ ପାର୍ଶ୍ୱରେ ବହୁ ସଂଖ୍ଯାରେ ସମର୍ଥକ ରହିଥିଲେ। ଏକ ସ୍ଵତନ୍ତ୍ର ପ୍ରଚାର ବସରେ ଚଢ଼ି ରୋଡ ଶୋ କରିଛନ୍ତି ନବୀନ। ଏହା ପୂର୍ବରୁ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ନିର୍ବାଚନ ରୋଡ ଶୋ ରେ ପରିକ୍ରମା କରିଥିଲେ। ସୂର୍ଯ୍ୟ ନଗର, ଏକତା ଛକ ଏବଂ ନୂଆପଡ଼ା ଠାରେ ତିନି ଗୋଟି ସ୍ଥାନରେ ନବୀନ ଉଦବୋଧନ ଦେଇଥିଲେ। ସେ ବିଜେଡିକୁ ଭୋଟ ଦିଅ, ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ ଦେବା ସହ ସଙ୍ଖ ଚିହ୍ନରେ ଭୋଟ ଭିକ୍ଷା କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ବିଜେଡ଼ିର ଶତାଧିକ ନେତା କର୍ମୀ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande