
ସମ୍ବଲପୁର, ୦୭ ନଭେମ୍ବର (ହି.ସ.) ଆଜି ରାଜ୍ୟ ସରକାର ଙ୍କ ସଂସ୍କୃତି ବିଭାଗ ର ନିର୍ଦ୍ଦେଶ କ୍ରମେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ର ୧୫୦ ବର୍ଷ ପୂର୍ତ୍ତୀ ଉତ୍ସବ, ନାକଟିଦେଉଳ ମହାବିଦ୍ୟାଳୟ ପ୍ରାଙ୍ଗଣ ରେ ଭାବ ଓ ଦେଶଭକ୍ତି ର ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବୀର ଜବାନ୍ ଗୋବର୍ଦ୍ଧନ ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ରାଷ୍ଟ୍ରୀୟ ଉଦ୍ଦୀପନା ଓ ଜାତୀୟ ଭାବନା ରେ ବଙ୍କିମ ଚନ୍ଦ୍ର ଙ୍କ ରଚିତ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରଂ ର ଭୁମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ, ଦେବେଶ କୁମାର ବିଶ୍ୱାଳ ଓ ଶେଷ ଦେବ ବିଶ୍ୱାଳ ଓ ଅଧ୍ୟାପକ ଭଜ ମୋହନ ପ୍ରଧାନ ପ୍ରକାଶ କରିଥିଲେ ଯେ ବଙ୍କିମଚନ୍ଦ୍ର ଚଟ୍ଟୋପଧ୍ୟାୟ ଙ୍କ ରଚିତ ବନ୍ଦେ ମାତରମ୍ ରେ ମା ଦୁର୍ଗା ଙ୍କୁ ଭାରତ ମାତାଙ୍କ ଅବତାର ସହିତ ତୁଳନା କରି ତାଙ୍କ ବନ୍ଦନା କରାଯାଇଛି ଓ ଭାରତୀୟ ସ୍ଵାଧୀନତା ସଂଗ୍ରାମ ରେ ଏହି କବିତାର ସ୍ୱତନ୍ତ୍ର ଭୁମିକା ଥିଲା । ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଡ଼. ପୁଷ୍ପାଞ୍ଜଳି ରବନା ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନ ର ସମସ୍ତ ଛାତ୍ରଛାତ୍ରୀ ତଥା କର୍ମଚାରୀ ସାମୁହିକ ଭାବରେ ବନ୍ଦେ ମାତରମ୍ ଗାନ କରିଥିଲେ । ଏହି ଅବସର ରେ ଆୟୋଜିତ ବନ୍ଦେ ମାତରଂ ଗାୟନ ପ୍ରତିଯୋଗୀତା ରେ ଛାତ୍ରୀ ଶୁଭସ୍ମିତା ସାହୁ ପ୍ରଥମ, ପ୍ରତିଭା ଲୁହା ଦ୍ଵିତୀୟ ଓ ରଚନା ମାଝୀ ତୃତୀୟ ସ୍ଥାନ ଅଧିକାର ପୁରସ୍କୃତ ହୋଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ