
ଜୟପୁର, 7 ନଭେମ୍ବର (ହି.ସ.)ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ ର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ସମୂହ ସଂପୂର୍ଣ୍ଣ ଗୀତଗାନ କରାଯାଇଥିଲା। କୋରାପୁଟ ସ୍ଥିତ ସଂସ୍କୃତି ଭବନ ପରିସରରେ ବନ୍ଦେ ମାତରମ ଗୀତର ସମୂହ ସଂପୂର୍ଣ୍ଣ ଗୀତଗାନ କରାଯାଇଥିଲା। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ,ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଉନ୍ନୟନ ଅଧିକାରୀ ବେଣୁଧର ଶବର,ଜିଲ୍ଲା ସଂସ୍କୃତି ଅଧିକାରୀ ସୂର୍ଯ୍ୟକାନ୍ତ ବେହେରାଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ସ୍କୁଲ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ନୂଆଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସିଧା ପ୍ରସାରଣ କରାଯାଇଥିଲା ଯେଉଁଠାରେ ବନ୍ଦେ ମାତରମ ଗୀତର ଐତିହାସିକ ଗୁରୁତ୍ୱ ବର୍ଣ୍ଣନା କରାଯାଇଥିଲା।ସେହିପରି କୋରାପୁଟ ପୌର ପରିଷଦ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ ର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ସମୂହ ସଂପୂର୍ଣ୍ଣ ଗୀତଗାନ କରାଯାଇଥିଲା।କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, କାଉନସିଲର ମାଲେଶ୍ୱର୍ ରାଓ,ସହକାରୀ ଯନ୍ତ୍ରୀ ମନୋଜ ପାତ୍ର,କନିଷ୍ଠ ଯନ୍ତ୍ରୀ ନର୍ମଦା ସାହୁ, ସାମନ୍ତ ଚନ୍ଦ୍ରଶେଖର ଦାଶ, ସିମାଞ୍ଚଲ ପଢିହାରୀଙ୍କ ସହ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦେଇ ସମୂହ ସଂପୂର୍ଣ୍ଣ ଗୀତଗାନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି