କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହି ବସ୍ : ଜଣେ ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ
କନ୍ଧମାଳ, ୭ ନଭେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହି ବସ୍ । ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି । ବରଗଡ଼ରୁ ବ୍ରହ୍ମପୁର ଅଭିମୁଖେ ଶ୍ରୀରାମ ନାମକ ଏହି ଯାତ୍ରୀବାହି ବସ୍ ନମ୍ବର ଓଡ଼ି ୦୫ଏଫ୦- ୬୨୯ ଆସୁଥିବା ବେଳେ ଆଜି
କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହି ବସ୍ : ଜଣେ ମୃତ, ୧୦ରୁ ଉର୍ଦ୍ଧ୍ବ ଆହତ


କନ୍ଧମାଳ, ୭ ନଭେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ଓଲଟିଲା ଯାତ୍ରୀବାହି ବସ୍ । ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି ।

ବରଗଡ଼ରୁ ବ୍ରହ୍ମପୁର ଅଭିମୁଖେ ଶ୍ରୀରାମ ନାମକ ଏହି ଯାତ୍ରୀବାହି ବସ୍ ନମ୍ବର ଓଡ଼ି ୦୫ଏଫ୦- ୬୨୯ ଆସୁଥିବା ବେଳେ ଆଜି ଭୋର୍ ସମୟରେ କଳିଙ୍ଗାଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆହତ ମାନଙ୍କୁ ଜି ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ତନ୍ମଧ୍ୟରୁ ଗୁରୁତର ୩ ଜଣଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଭଞ୍ଜନଗର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ପୋଲିସ ପହଂଚି ଆହତ ମାନଙ୍କୁ ଉଦ୍ଧାର କରିଥିଲେ ।

ପ୍ରକାଶ ଥାଉକି, ଗତ କିଛି ଦିନ ତଳେ କଳିଙ୍ଗା ଘାଟିରେ ଭୟଙ୍କର ଭୂ-ସ୍ଖଳନ ଯୋଗୁଁ ଘାଟିରେ ଭାରିଯାନ ଚଳାଚଳ ବନ୍ଦ ରହିଛି । ବର୍ତମାନ ଘାଟିରେ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଉଭୟ ପାଶ୍ୱର୍ରୁ ବ୍ୟାରିକେଡ୍ ହଟାଯାଇଛି । ତେବେ ଭାରି ଯାନ ଚଳାଚଳ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିନଥିଲେ ମଧ୍ୟ କିଛି ଗାଡ଼ି ଯାତାୟାତ କରୁଥିବା ଦେଖିବାକୁ ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande