
କୋରେଇ, ୭ ନଭେମ୍ବର (ହି.ସ.)- ପାଣିକୋଇଲିସ୍ଥିତ ମା ତାରିଣୀ ପୀଠରେ ୪୨ ତମ ବାର୍ଷିକ ରାମଚରିତ ମାନସ ନବାହ୍ନ ପାରାୟଣ, ପ୍ରବଚନ ମହାଯଜ୍ଞ ଓ ଅଷ୍ଟ୍ରପ୍ରହର ନାମ ସଂର୍କୀତନ କାର୍ଯ୍ୟକ୍ରମର ଉଦଯାପିତ ହୋଇଛି । ୨୬ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ଥିଲା । ପୂଜକ ସୂର୍ଯ୍ୟମଣି ପଣ୍ଡାଙ୍କ ତତ୍ୱାବଧାନରେ ବ୍ୟାସ ରବି ନାରାୟଣ ମିଶ୍ର ଓ ଧାରକ ମଣ୍ଡଳୀ ଦ୍ୱାରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ୨୬ ତାରିଖରୁ ୩ ତାରିଖ ପ୍ରବଚନ କାର୍ଯ୍ୟକ୍ରମରେ ପ୍ରବଚକ ଭାବେ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଂଟିଆ, ପଣ୍ଡିତ ଦେବାଶିଷ ରାୟ, ପଣ୍ଡିତ ପବିତ୍ର କୁମାର ଦାଶ,ପଣ୍ଡିତ ରୀନାରାଣୀ ନାୟକ, ପଣ୍ଡିତ ସୁଶ୍ରୀ ସୋନାଲି ଦାସ, ପଣ୍ଡିତ ପୁଷ୍ପଲତା ରାଉତ, ପଣ୍ଡିତ ସୁଶ୍ରୀ ପ୍ରଜ୍ଞା ରାଉତ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରବଚନ ଦେଇଥିଲେ । ୪ ତାରିଖରୁ ଅଷ୍ଟ୍ରପ୍ରହର ନାମ ଯଜ୍ଞ କରାଯାଇ ୬ ତାରିଖ ରାତ୍ରୀରେ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତ ଯୋଗଦେଇ ବିଭୂକୃପା ଲାଭ କରିବା ସହିତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ମା' ତାରିଣୀ ମନ୍ଦିର କମିଟି ପକ୍ଷରୁ ସମୂହ ପ୍ରସାଦ ସେବନ କରାଯାଇ ଶାନ୍ତି ଶୃଙ୍ଖଳାର ସହ ସମାପନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ