ଘଟଗାଁ ବ୍ଲକ ପିପିଳିଆଠାରୁ ଟାଙ୍ଗର ପଡା ରାସ୍ତା ସମ୍ପ୍ରସାରଣ ପାଇଁ ଦାବୀ
ଘଟଗାଁ, ୦୭ ନଭେମ୍ବର(ହି.ସ.) – କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ୨୦ନମ୍ବର ଜାତୀୟ ରାଜପଥ ପିପିଳିଆ ଠାରୁ ଟାଙ୍ଗରପଡା ରାସ୍ତା ସମ୍ପ୍ରସାରଣ ପାଇଁ ଅଂଚଳବାସୀ ଦାବି କରିଛନ୍ତି ପ୍ରକାର ଯେ ତୋରାଣି ପୋଖରୀ ଛକଠାରୁ ପିପିଳିଆ ଜାତୀୟ ରାଜପଥ ପୋଲ ସଂଯୋଗୀ କରଣ ସ୍ଥଳ ବିପଦ ସଂକୁଳ ଥିବାରୁ ଏହି ନୂଆ ରାସ୍ତା ଛକ
ଘଟଗାଁ ବ୍ଲକ ପିପିଳିଆଠାରୁ ଟାଙ୍ଗର ପଡା ରାସ୍ତା ସମ୍ପ୍ରସାରଣ ପାଇଁ ଦାବୀ


ଘଟଗାଁ, ୦୭ ନଭେମ୍ବର(ହି.ସ.) – କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ୨୦ନମ୍ବର ଜାତୀୟ ରାଜପଥ ପିପିଳିଆ ଠାରୁ ଟାଙ୍ଗରପଡା ରାସ୍ତା ସମ୍ପ୍ରସାରଣ ପାଇଁ ଅଂଚଳବାସୀ ଦାବି କରିଛନ୍ତି ପ୍ରକାର ଯେ ତୋରାଣି ପୋଖରୀ ଛକଠାରୁ ପିପିଳିଆ ଜାତୀୟ ରାଜପଥ ପୋଲ ସଂଯୋଗୀ କରଣ ସ୍ଥଳ ବିପଦ ସଂକୁଳ ଥିବାରୁ ଏହି ନୂଆ ରାସ୍ତା ଛକଯାଏ ସମ୍ପ୍ରସାରଣ ଜରୁରୀ ହୋଇପଡିଛି ସେହିପରି ଟାଙ୍ଗରପଡା ଠାରୁ ଭାୟା ବ୍ରାହ୍ମଣୀ ଦେଓ ପୋଇପାଣି ତୋରାଣିପୋଖରୀ ରାସ୍ତା କାମ ଚାଲି ଥିବାବେଳେ ଏହି ରାସ୍ତା ପାର୍ଶ୍ୱରେ ପଡୁଥିବା ଜଳସେଚିତ ଜମିଥିବା ଗ୍ରାମ ଖଜୁରୀ ପାଣି କୁମୁଳା ବାହାଳି ଭୋଦ ବାହାଳୀଓ ପୋଇପାଣି ଡ୍ରେନଜେ ଏବଂ ଗାର୍ଡୱାଲବ୍ୟବସ୍ଥା ଯିବାକୁ ଦାବୀ ହୋଇଛି କାରଣ ଏହା କରା ନଗଲେ ପାଣି ନିଷ୍କାସନ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଅନ୍ୟପକ୍ଷରେ ରାସ୍ତା କାମ କାମ ଓ ପୋଲକାମ ନିମ୍ନ ମାନର ଏବଂ ମନ୍ଥର ଗତିରେ ଚାଲିଥିବା ନେଇ ଅଭିଯୋଗ ହୋଇଛି ଏଣୁ ପ୍ରଶାସନ ଏଥି ପ୍ରତି ଧ୍ୟାନଦେଇ ଯଥା ଶୀଘ୍ର ରାସ୍ତା କାମ ଶେଷ କରିବାକୁ ଦାବୀ ହୋଇଛି।

ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande