ସଂଚୟ ପକ୍ଷ ୨୦୨୫ ପାଳନ ଅବସରରେ ବରିଷ୍ଠ ନାଗରିକ ଓ ଛାତ୍ରମାନଙ୍କ ମଧ୍ୟରେ ଆର୍ôଥକ ସାକ୍ଷରତା ଶିବିର
ଭଦ୍ରକ, ୭ ନଭେମ୍ବର (ହି.ସ.) -ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ସଂଚୟ ପକ୍ଷ ପାଳନ ଅବସରରେ ବରିଷ୍ଠ ନାଗରିକ, ପେନସନର ଓ ଛାତ୍ର ଛାତ୍ରୀ ମାନାଙ୍କ ମଧ୍ୟରେ ଆର୍ôଥକ ସାକ୍ଷରତା ଓ ସାଇବର କ୍ରାଇମ ସମ୍ପର୍କରେ ସଚେତନତା ଶିବିର, ଭଦ୍ରକ ଜିଲ୍ଲା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ
SANCHAYA PAKHYA SAKHYARATA SIBIRA


ଭଦ୍ରକ, ୭ ନଭେମ୍ବର (ହି.ସ.) -ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ସଂଚୟ ପକ୍ଷ ପାଳନ ଅବସରରେ ବରିଷ୍ଠ ନାଗରିକ, ପେନସନର ଓ ଛାତ୍ର ଛାତ୍ରୀ ମାନାଙ୍କ ମଧ୍ୟରେ ଆର୍ôଥକ ସାକ୍ଷରତା ଓ ସାଇବର କ୍ରାଇମ ସମ୍ପର୍କରେ ସଚେତନତା ଶିବିର, ଭଦ୍ରକ ଜିଲ୍ଲା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆର୍ôଥକ ସେବା ସଂଚୟ କାର୍ଯ୍ୟାଳୟ ଅଧିକାରୀ, ଡାକ ବିଭାଗ ଅଧିକାରୀ, ସାଇବର ସେଲ ଅଧିକାରୀ, ପଦ୍ମନ ରାୟ ପୂର୍ବତନ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ, ବରିଷ୍ଠ ନାଗରିକ ସଂଘ ଭଦ୍ରକର ପ୍ରେସିଡେଂଟ ଓ ସେକ୍ରେଟାରୀ ଅତିଥି ଭାବେ ଯୋଗଦେଇଥିଲେ। ବରିଷ୍ଠ ନାଗରିକ, ପେନ୍ସନାର ଓ ଜିଲ୍ଲା ସ୍କୁଲ ର ଛାତ୍ର ଛାତ୍ରୀ ମାନାଙ୍କୁ ନେଇ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୁକ୍ତ କାରଣ ଶିବିର ଆୟୋଜିତ ହୋଇଥିଲା। ଏହି ସଭାରେ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ପିଲାମାନଙ୍କୁ ସଂଚୟର ମହତ୍ୱ ବୁଝାଇ ଥିଲା ଓ ପିଲାମାନଙ୍କୁ ସଂଚୟ ଅଭ୍ୟାସ ବୃଦ୍ଧି କରିବା ପାଇଁ ପ୍ରେରଣା ଦେଇଥିଲେ। ପୂର୍ବତନ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ପଦ୍ମନ୍ କୁମାର ରାୟ ପିଲା ମାନଙ୍କୁ ସଂଚୟ କରିବା ପ୍ରେରଣା ଦେଇଥିଲେ। ସାଇବର ସେଲ ଅଧିକାରୀ ବରିଷ୍ଠ ନାଗରିକ ଓ ପିଲାମାନଙ୍କୁ ସାଇବର ଅପରାଧୀ ମାନଙ୍କ ଶୀକାର ନ ହେବାର ଉପୟମନ ଜଣାଇ ଥିଲେ। ଡାକ ଅଧିକାରୀ ସଂଚୟ ଯୋଜନା ଗୁଡିକ ସମ୍ପର୍କରେ ସଚେତନ କରାଇଥିଲେ। ଜିଲ୍ଲା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସଂଚୟ ଯୋଜନା ଗୁଡିକ ସମ୍ପର୍କରେ ଏକ ନାଟକ ପ୍ରଦର୍ଶନୀ କରିଥିଲେ। ସଭା ଶେଷରେ ପିଲାମାନଙ୍କ ମଧ୍ୟରେ ଏକ କୁଇଜ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏହି ସଭାରେ ପ୍ରାୟ ୧୦୦ ବରିଷ୍ଠ ନାଗରିକ, ଛାତ୍ର ଛାତ୍ରୀ, ଡାକ ଅଭିକର୍ତା ଯୋଗ ଦେଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande