ସହିଦ୍ ପ୍ରଦୀପ ଘଣାଙ୍କ ଦ୍ଵାଦଶ ଶ୍ରାଦ୍ଧ ବାର୍ଷିକୀ ପାଳିତ
କେନ୍ଦୁଝର, ୭ ନଭେମ୍ବର (ହି.ସ.)- ଘଟଗାଁ ବ୍ଲକ ଢେଂକିକୋଟ ନିକଟ ମୁକ୍ତାପୁର ପଞ୍ଚାୟତ ଅନ୍ତର୍ଗତ ମୁଦ୍ରାବେଡ଼ା, ଠାରେ ଜନ୍ମ ମାଟିରେ ସହିଦ୍ ପ୍ରଦୀପ ଘଣାଙ୍କ ଦ୍ଵାଦଶ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଯାଇଛି। ପ୍ରତିବର୍ଷ ପରି ଆଜି ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ,ସ୍ଥାନୀୟ ଯୁବକ, ସାମ୍ବାଦିକ, ଶିକ୍ଷାବି
ସହିଦ୍ ପ୍ରଦୀପ ଘଣାଙ୍କ ଦ୍ଵାଦଶ ଶ୍ରାଦ୍ଧ ବାର୍ଷିକୀ ପାଳିତ


କେନ୍ଦୁଝର, ୭ ନଭେମ୍ବର (ହି.ସ.)- ଘଟଗାଁ ବ୍ଲକ ଢେଂକିକୋଟ ନିକଟ ମୁକ୍ତାପୁର ପଞ୍ଚାୟତ ଅନ୍ତର୍ଗତ ମୁଦ୍ରାବେଡ଼ା, ଠାରେ ଜନ୍ମ ମାଟିରେ ସହିଦ୍ ପ୍ରଦୀପ ଘଣାଙ୍କ ଦ୍ଵାଦଶ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଯାଇଛି। ପ୍ରତିବର୍ଷ ପରି ଆଜି ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ,ସ୍ଥାନୀୟ ଯୁବକ, ସାମ୍ବାଦିକ, ଶିକ୍ଷାବିତ, ସମାଜସେବୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନୈତିକ ବ୍ୟକ୍ତି ଯୋଗଦେଇଥିଲେ l ସମସ୍ତେ ଦିବଗଂତଙ୍କ ପ୍ରତିମୂର୍ତ୍ତି ନିକଟରେ ଓ ଫଟୋଚିତ୍ର ନିକଟରେ ପୁଷ୍ପମାଲ୍ଯ ଅର୍ପଣ କରିବା ସହିତ ଧୂପ, ଦୀପ ପ୍ରଜ୍ବଳନ କରି ନୀରବ ପ୍ରାର୍ଥନାରେ ତାଙ୍କର ଅମର ଆତ୍ମାର ଶାନ୍ତି ପାଇଁ ଠାକୁରଙ୍କୁ ଡାକିଥିଲେ । ପରେ ଏକ ସ୍ମୃତିସଭା ହୋଇଥିଲା l ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରଣ ହୋଇ ମୁଖ୍ୟ ଅତିଥିଭାବେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସମ୍ପାଦିକl ମମତା ସିଂ, ମୁଖ୍ୟ ବକ୍ତାଭାବେ ଭୁବନେଶ୍ବର ସିଆରପିଏଫ ର ଡେପୁଟି କମାଣ୍ଡାଣ୍ଟ ମହେନ୍ଦ୍ର ସିଂ ବର୍ମା, ସମ୍ମାନିତ ଅତିଥିଭାବେ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମର ସିଂ, ସମାଜସେବୀ ମଧୁସୂଦନ ନାୟକ, ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଦାସ, ସିଆରପିଏଫ ର ଏଏସଆଇ ରଞ୍ଜନ କୁମାର ଦାସ, ସହିଦ୍ ଙ୍କ ପିତା ଶ୍ରୀକାନ୍ତ ଘଣା ମଞ୍ଚାସୀନ ଥିଲେ l

କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସାମ୍ବାଦିକ ସଞ୍ଜୟ କୁମାର ସାହୁ l କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସହିଦ୍ ଙ୍କ ସାନଭାଇ ପ୍ରକାଶ ଘଣା, ସଞ୍ଜୟ ଘଣା, ବାବୁଲି ଘଣା, ସୁଧୀର ଘଣା, ଅମିତ୍ ଖମାରିଆ ଓ ସମୀର ଘଣା l ସମସ୍ତେ ଦିବଂଗତଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କର ଦେଶ ମାତୃକା ପାଇଁ ବଳିଦାନ ଉପରେ ଆଲୋକପାତ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande