
ବଲାଙ୍ଗୀର, ୦୭ ନଭେମ୍ବର(ହି.ସ.) – ଦୈନିକ ସମ୍ବାଦପତ୍ର 'ଅପରାହ୍ନ'ର ବଲାଙ୍ଗୀର ସାହିତ୍ୟ ଝର ଆନୁକୁଲ୍ୟରେ ଦେଓଗାଁ ଡିଗ୍ରୀ କଲେଜ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର, ସମ୍ବର୍ଦ୍ଧନା ସଭା ଓ କବିତା ପାଠୋତ୍ସବରେ ମୁଖ୍ୟ ଅତିଥି ତଥା ଅପରାହ୍ନର ପ୍ରତିଷ୍ଠାତା ସମ୍ପାଦକ ବଂଶୀଧର ଜେନା, ପରିଚାଳନା ନିର୍ଦ୍ଦେଶିକା ଲକ୍ଷ୍ମୀପ୍ରିୟା ଦାଶ, ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକ, ବାଗ୍ମୀ ତଥା ସ୍ତମ୍ଭକାର ତୁଳସୀ ଜୈନ, ସମ୍ମାନିତ ଅତିଥି କୁଡାସିଂହା କଲେଜ ଅଧ୍ୟକ୍ଷ ଛବିଳ ବାଗ, ସଭାପତି ସ୍ଥାନୀୟ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନୀ, ଜିଲ୍ଲା ସଂଯୋଜକ କଣ୍ଡୁରୀ ଚରଣ ରାଉତଙ୍କ ଗରିମାମୟ ଉପସ୍ଥିତିରେ ତୁଷୁରା ମାଟିର ବିଶିଷ୍ଟ ସାହିତ୍ୟିକ, କବି, ଲେଖକ, ନିଷାନ ସାହିତ୍ୟ, କଳା ଓ ସଂସ୍କୃତି ଏକାଡେମୀ ର ପ୍ରତିଷ୍ଠାତା ସମ୍ପାଦକ, ଆଦର୍ଶ ପ୍ରଧାନ ଶିକ୍ଷକ ତଥା ଜଣେ ସୁସଂଗଠକଙ୍କୁ ମାନପତ୍ର, ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଅପରାହ୍ନ ସାରସ୍ୱତ ପ୍ରତିଭା ସମ୍ମାନ-୨୦୨୫’ରେ ସମ୍ମାନିତ କରିଥିଲେ। ଡ.ଦାଶ ଦ୍ୱିତୀୟ ଅଧିବେଶନ କବିତା ପାଠୋତ୍ସବରେ ଜଣେ ବରେଣ୍ୟ ଅତିଥି ଭାବେ ମଧ୍ୟ ମଂଚାସୀନ ହୋଇ ଥିଲେ। ଡ. ଦାଶ ଦୀର୍ଘ ତିନି ଦଶନ୍ଧୀରୁ ଉର୍ଦ୍ଧ୍ୱ ସମୟଧରି ସାହିତ୍ୟ ସେବା କରି ଆସୁଛନ୍ତି। ସାହିତ୍ୟ ମୋ ଜୀବନ ଓ ତାର ସେବା ମୋର ପରମ କର୍ତବ୍ୟ ବୋଲି ଡ. ଦାଶ ଆମ ପ୍ରତିନିଧିଙ୍କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ