
ଭଦ୍ରକ, ୭ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧିନ ସୟା ପଂଚାୟତରେ ଶୁକ୍ରବାର ପଂଚାୟତ କାର୍ଯ୍ୟାଳୟ ପରିସରରେ ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ୧୫୦ବର୍ଷ ପୂର୍ତି ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଞ୍ଚାୟତର ସରପଂଚଙ୍କ ପ୍ରତିନିଧି ରବୀନ୍ଦ୍ର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ‘ବନ୍ଦେ ମାତରମ୍’ର ରଚୟିତା ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ରାଷ୍ଟ୍ରୀୟ ସଙ୍ଗୀତକୁ ଉପସ୍ଥିତ ସମସ୍ତ ଜନସାଧାରଣ ଓ ପଂଚାୟତ କର୍ମଚାରୀ ସମବେତ କଣ୍ଠରେ ଗାନ କରିଥିଲେ। ପରେ ସରପଂଚଙ୍କ ପ୍ରତିନିଧି ଶ୍ରୀ ଶତପଥୀ ‘ବନ୍ଦେ ମାତରମ୍’ ସଙ୍ଗୀତର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ନନ୍ଦ, ଏଡିଓ ବିଦ୍ୟାଶ୍ରୀ ମହାପାତ୍ର, ସମାଜସେବୀ ଶରତ ଲେଙ୍କା, ଅମୀୟଚାନ୍ଦ ନାୟକ, ଗଣେଶ ମଳିକ, ଦାମୋଦର ମଲ୍ଲିକ, ଅରୁଣ କୁମାର ପତି, ଦେବାଶିଷ ନାୟକ, ନାରାୟଣ ମଲ୍ଲିକ, ମଧୁସୂଦନ ନାୟକ, ସଂଗ୍ରାମ ମଲ୍ଲିକ, ଭରତ ଦଳେଇଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ରହି ସମବେତ କଣ୍ଠରେ ‘ବନ୍ଦେ ମାତରମ୍’ ଗାନ କରିଥିଲେ। ଏହି ପରିପ୍ରେକ୍ଷୀରେ ପଂଚାୟତର ଏକ ନୂତନ ଗୃହ ଫେସିଲିଟି ସେଂଟରକୁ ଶିଳାନ୍ୟାସ କରାଯାଇଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ