ଏମ୍.ଏସ୍ ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ତରଫରୁ ହିତାଧିକାରୀ ପରାମର୍ଶ ସଭା ଆୟୋଜିତ
ଜୟପୁର, ୭ ନଭେମ୍ବର (ହି.ସ.)- ଜୟପୁରସ୍ଥ ଏମ୍.ଏସ୍ ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନରେ ଏକ ହିତାଧିକାରୀ ପରାମର୍ଶ ସଭା ଆୟୋଜିତ ହୋଇଥିଲା। ଏହି ସଭାରେ କୋରାପୁଟ ଜିଲ୍ଲାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂଗଠନ ଯଥା ଜିଲ୍ଲା ଚିକିତ୍ସା ଅଧିକାରୀ, ଏନ୍‌
ଏମ୍.ଏସ୍ ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ତରଫରୁ ହିତାଧିକାରୀ ପରାମର୍ଶ ସଭା ଆୟୋଜିତ


ଜୟପୁର, ୭ ନଭେମ୍ବର (ହି.ସ.)- ଜୟପୁରସ୍ଥ ଏମ୍.ଏସ୍ ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନରେ ଏକ ହିତାଧିକାରୀ ପରାମର୍ଶ ସଭା ଆୟୋଜିତ ହୋଇଥିଲା। ଏହି ସଭାରେ କୋରାପୁଟ ଜିଲ୍ଲାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂଗଠନ ଯଥା ଜିଲ୍ଲା ଚିକିତ୍ସା ଅଧିକାରୀ, ଏନ୍‌ଏଚ୍‌ଏମ୍‌ ଜିଲ୍ଲା କର୍ମଚାରୀ, ପ୍ରୋଗ୍ରାମ୍ ଅଫିସର, ଜୟପୁର ଏସଡିଭି, ପୋଷଣ ପରାମର୍ଶଦାତା, ୟୁନିସେଫ, ଆଇ.ସି.ଏମ. ଆର୍, ଏକତା, ପିରାମଲ୍ ଫାଉଣ୍ଡେସନ୍, ବିକ୍ରମଶିଳା, ଶିନୀ ଏବଂ ରାଇଜ୍ ଭଳି ପ୍ରମୁଖ ସଂସ୍ଥାର କର୍ମକର୍ତ୍ତା ଯୋଗ ଦେଇଥିଲେ । ପରିକଳ୍ପନା ଓ ନିରୀକ୍ଷଣ ବିଭାଗର ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ଓ ସ୍ବାଗତ ଅଭିଭାଷଣ ସହିତ ସଭାର ଆରମ୍ଭ କରିଥିଲେ । ଏହାସହିତ ଏମ୍‌.ଏସ୍‌.ଏସ୍‌.ଆର୍‌.ଏଫ୍‌ ର ଚେୟାରପର୍ସନ୍ ଡା. ସୌମ୍ୟା ସ୍ୱାମୀନାଥନ ଉପସ୍ଥିତ ଥିବା ସମସ୍ତ ଅଧିକାରୀ ମାନଙ୍କୁ ସଭାର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଭବିଷ୍ୟତ ଯୋଜନା ସମ୍ବନ୍ଧରେ ଅଲୋକପାତ କରିଥିଲେ।

ଏହି ଅବସରରେ ବିଭିନ୍ନ ସହଭାଗୀ ପ୍ରତିନିଧିମାନେ ନିଜ ନିଜ କାର୍ଯ୍ୟର ଉପସ୍ଥାପନା ଦେଇ ଗର୍ଭବତୀ, ପ୍ରସୂତି, ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣ, ନାରୀ ସଶକ୍ତିକରଣ, ପରିବେଶ ଓ ଶିକ୍ଷା ଭଳି କ୍ଷେତ୍ରରେ କରାଯାଇଥିବା କାର୍ଯ୍ୟ ଓ ଅନୁଭବ ଉପରେ ଆଲୋକପାତ କରିଥିଲେ। ଏହା ସହିତ କୋରାପୁଟ ଜିଲ୍ଲାର ସରକାରୀ ଏବଂ ବେସରକାରୀ ସଂଗଠନ କିପରି ମିଳିତ ହୋଇ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଧାର କରିବା ଦିଗରେ ଆଲୋଚନା କରିଥିଲେ । ସଭା ଶେଷରେ ସମସ୍ତଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇ ସଭାକୁ ସମାପନ କରାଗଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande