
ଭଦ୍ରକ, ୭ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡ଼ି ଲେଖକ ସାମ୍ମୁଖ୍ୟ ପକ୍ଷରୁ ‘ବୋଇତ ଉତ୍ସବ’ ରାହାସ ପୂର୍ଣ୍ଣମୀ ଅବସରରେ ସ୍ଥାନୀୟ ସୈନିକ ସ୍କୁଲ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଲେଖକ ସାମ୍ମୁଖ୍ୟ ସଭାପତି ସାହିତ୍ୟିକ ଭଗବାନ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱ ଓ ସମ୍ପାଦକ ରାମନାରାୟଣ ନାୟକଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଭଦ୍ରକ ତ୍ୟାଗଭୂମି ସମ୍ମେଳନର ସଭାପତି ଅଜୟ ନାୟକ, ମୁଖ୍ୟବକ୍ତା ଭାବେ ପ୍ରାବନ୍ଧିକ ବିଭୂତିଭୂଷଣ ସେନାପତି, ସମ୍ମାନୀତ ଅତିଥି ଭାବେ ସମାଜସେବୀ ସଚ୍ଚିକାନ୍ତ ନାୟକ ପ୍ରମୁଖ ଯୋଗଦେଇ ‘ବୋଇତ ଉତ୍ସବ’ର ଆଭିମୁଖ୍ୟ ଓ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଲେଖକ ସାମ୍ମୁଖ୍ୟର ସଭାପତି ଶ୍ରୀ ନାୟକଙ୍କ ୮୫ତମ ଜନ୍ମଦିନ ଅବସରରେ ଜନ୍ମଦିନ ଉତ୍ସବ ପାଳନ କରାଯାଇଥିଲା। ଜନ୍ମଦିନରେ ତାଙ୍କୁ ସାମ୍ମୁଖ୍ୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଦୀର୍ଘ ଜୀବନ କାମନା କରାଯାଇଥିଲା। ପରେ କବି ବିପ୍ଳବ ରଂଜନ ପତିଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟାପକ କବି ନାରାୟଣ ପୃଷ୍ଟି, କବି ନିର୍ମଳ ଦଳେଇ, ପି. ହୃଷୀକେଶ, ମଥୁରାମୋହନ ବେହେରା, ମୁକୁନ୍ଦଦେବ ନାୟକ, ନରହରି ନାୟକ, ଗୌରାଙ୍ଗ ନନ୍ଦ, ଦଇତାରି ଜେନା, ବୈକୁଣ୍ଠନାଥ ଓଝା, ପୁଷ୍ପାଞ୍ଜଳୀ ତ୍ରିପାଠୀ, ରୀନାରାଣୀ ପାତ୍ର, ଅଭୟ କୁମାର ଦାସ, ରୁବିଲତା ଦାସ, ହରିହର ମଳିକ, ପୀତାମ୍ବର ସେଠୀ, ବସନ୍ତ କୁମାର ଦାସ, ରଞ୍ଜୁଲତା ଗାହାଣ, ମୁସ୍ତାକ ଗୋହର, ସେକ୍ ଅବଦୁଲ୍ ଦୟାଲ ପ୍ରମୁଖ କବିତା ପାଠ କରିଥିଲେ। ପ୍ରବଚିକା ବିଶ୍ୱମୈତ୍ରୀ ନାୟକ ବେଦପାଠ କରିଥିବାବେଳେ କବି ନିରଞ୍ଜନ ବାରିକ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିଲେ। କବି ନୀଳମାଧବ ସେନାପତି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କବି ବିସ୍ମୟ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ଗାଳ୍ପିକ କୈଳାସ ବେହେରା, କବି ଧ୍ରୁବଚରଣ ସାମନ୍ତରାୟ ମହାପାତ୍ର ପ୍ରମୁଖଙ୍କ ସହିତ ବହୁ ସାହିତ୍ୟିକମାନେ ଉପସ୍ଥିତ ଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ