
ସୁବର୍ଣ୍ଣପୁର, ୦୭ ନଭେମ୍ବର(ହି.ସ.) – ପରମେଶ୍ୱରୀ ବୁଣାକାର ତନ୍ତୁବାୟ ସହଯୋଗ ସମିତି ଲିଃ, ପିପିଲିକାନି, ଉଲୁଣ୍ଡା ଦ୍ୱାରା ପିପିଲିକାନି ଠାରେ ଆୟୋଜିତ ଏଟିଭିକ ବୁଣାକାର ସଚେତନତା ଶିବିର ଶ୍ରୀ ସତ୍ୟାନନ୍ଦ ବେହେରା ଉପନିର୍ଦ୍ଦଶକ ବୟନଶିଳ୍ପ, ସୁବର୍ଣ୍ଣପୁର, ଶ୍ରୀ ବୈଷ୍ଣବ ଦାସ ଏସ୍ଏଆର୍ସିଏସ୍, ସୁବର୍ଣ୍ଣପୁର, ଶ୍ରୀ ସନାତନ ବାସ୍କେୱା ସୁବର୍ଣ୍ଣପୁର ତଥା ସମିତିର ସଭ୍ୟ, ବୁଣାକାର ଓ ବିଭାଗୀୟ କର୍ମଚାରୀ ମାନକ ଉପସ୍ଥିତରେ ଉଦ୍ଘାଟନ ହାଇଥିଲା। ଏହି ସଭାରେ ପାଖାପାଖି ୧୫୦ ଜଣ ବୁଣାକାର ଯୋଗଦାନ କରିଥିଲେ। ଉକ୍ତ ସଭାରେ ଓଡ଼ିଶା ସରକାରଙ୍କ ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ପ୍ରେରିତ ହସ୍ତତନ୍ତ ଉନ୍ନୟନର ଯୋଜନା ମାଧ୍ୟମରେ ବୁଣାକାରମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଦରକାରୀ ହେଉଥିବା ସମସ୍ତ ଯୋଜନା ବିଷୟରେ ବୁଣାକାରମାନଙ୍କୁ ସରେତନ କରାଯାଇଥିଲା। ଶ୍ରୀ ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କ ଲିଖିତ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତି ପାଳନ ଅବସରରେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ ଗାନ କରାଯାଇ ଥିଲା। ବୁଣାକାରମାନଙ୍କ ଦ୍ୱାରା ତିଆରି ହୋଇଥିବା ହସ୍ତତନ୍ତ ବସ୍ତ୍ର ପ୍ରଦର୍ଶନୀ କରାଯାଇ ଥିଲା।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ