
ଭଦ୍ରକ, ୭ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଅଭିଯାନ ର ଶୁଭାରମ୍ଭ କରାଯାଇଛି। ଏହି ଉପଲକ୍ଷେ ଭଦ୍ରକ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଏକ ସଚେତନତା ରଥ କୁ ଶୁଭାରମ୍ଭ କରାଯିବା ସହିତ ବରିଷ୍ଟ ନାଗରିକ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଏସପି ମନୋଜ ରାଉତ ପ୍ରମୁଖ ଙ୍କ ସହିତ ବରିଷ୍ଟ ପୋଲିସ ଅଧିକାରୀ ମାନେ ଯୋଗ ଦେଇ ସାଇବର ଅପରାଧ କିପରି ଅଭିନବ ଉପାୟରେ କରାଯାଉଛି ସେ ସମ୍ପର୍କ ରେ କହିବା ସହିତ ବରିଷ୍ଟ ନାଗରିକ ମାନେ ସେଥିରେ କିପରି ଶିକାର ନ ହେବେ ସେ ବିଷୟ ରେ ସଚେତନ କରାଯାଇଥିଲା। ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରୁ ବାହାରି ଥିବା ସଚେତନତା ରଥ ଟି ଜିଲ୍ଲାର ବିଭିନ୍ନ ବ୍ଲକ ପରିକ୍ରମା କରି ସାଇବର ସୁରକ୍ଷା ଉପରେ ସଚେତନ କରିବାଏବଂ ସବୁ ବ୍ଲକ ସଦର ମହକୁମା ରେ ବିଭିନ୍ନ ବର୍ଗ ର ଲୋକ ଙ୍କୁ ନେଇ ସଚେତନତା ଶିବିର ର ଆୟୋଜନ କରାଯିବ ବୋଲି ଭଦ୍ରକ ଏସପି ସୂଚନା ଦେଇଛନ୍ତି। ଏହି ଅବସରରେ ଜିଲାପାଳଙ୍କ ସମେତ ବରିଷ୍ଠ ନାଗରିକ ଓ ବିଭିନ୍ନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ