
ଭଦ୍ରକ, ୭ ନଭେମ୍ବର (ହି.ସ.) - କୋମଳମତି ଶିଶୁମାନେ ଅସରନ୍ତି ବହୁମୁଖି ପ୍ରତିଭାର ଗନ୍ତାଘର । ପିଲାମାନଙ୍କର ଲୁକ୍କାୟିତ ପ୍ରତିଭାର ସନ୍ଧାନ ଓ ବିକାଶ ନିମେନ୍ତ ସୁରଭି ଏକ ଅନନ୍ୟ ପ୍ରୟାସ । ଶିକ୍ଷା ଓ ସୃଜନଶୀଳତାର ସମ୍ମିଶ୍ରଣ ହିଁ ସୁରଭି । ସରକାରୀ ଉଚ୍ଚ ବିଦ୍ୟାଳୟ ଭଦ୍ରକ ପରିସରରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପାଳନ ଅବସରରେ ମଂଚାସୀନ ଅତିଥି ମାନେ ଏହା ପ୍ରକାଶ କରିଛନ୍ତି । ଦିବା ୧୦ଘଟିକା ସମୟରେ ଜିଲା୍ଲ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁଙ୍କ ସଭାପତିତ୍ୱରେ ଅୟୋଜିତ ଉକ୍ତ କାଯ୍ୟକ୍ରମରେ ଉପଜିଲ୍ଲାପାଳ ସରୋଜ କୁମାର ଦତ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂବର୍କ ଉତ୍ସବର ଶୁଭାରମ୍ଭ କରିଥିଲେ । ଶିକ୍ଷକ ମନୋଜ ସାହୁଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଡି.ଆଇ.ଇ.ଟି. ଆଗରପଡାର ଅଧ୍ୟକ୍ଷ ଡ.କାର୍ତିକେଶ୍ୱର ରାଉଳ, ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ, ବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ୍ଲ ସାହୁ, ସୁକିର୍ତୀ କର, ଶେୁଭନ୍ଦୁ ମହାରାଜ ଯୋଗ ଦେଇଥେିଲ । ଅପରାହ୍ଣ ୩ଘଟିକାରେ ପୁରସ୍କାର ବିତରଣ ସଭାରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ଦିଲୀପ ରାଉତରାଏ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିବା ଅବସରରେ ଉଦ୍େବାଧନ ଦେଇ କହିଥିଲେ ଯେ ସ୍ୱପ୍ନର ସଫଳତା ସକାଶେ ଆଗ୍ରହ , ଆତ୍ମବିଶ୍ୱାସ, ସଂକଳ୍ପ ଓ ଶୃଙ୍ଖଳା ଜରୁରୀ । ମା , ମାଟି ମାତୃଭାଷା ଓ ସଂସ୍କୃୃତିର ଉନ୍ନତି ନିମିତ ନିଜର ଅଧ୍ୟବସାୟ ଆବଶ୍ୟକ । ଉତମ ବ୍ୟବହାର, ଆତ୍ମବିଶ୍ୱାସ ଓ ନିଷ୍ଠା ସଫଳତାର ଶୀର୍ଷରେ ପହଂଚାଇଥାଏ । ଉଦ୍ଯାପନୀ ସଭାରେ ସମ୍ମାନୀୟ ଅତିଥି ଭାବରେ ଅତରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, କମାଣ୍ଡର ସୁଦୀପ ସାହୁ, ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ଧରଣୀଧର ପାତ୍ର ଯୋଗ ଦେଇଥିଲେ। ମୋଟ୍ ୨୫୯ଜଣ ପ୍ରତିଯୋଗୀ ୩୧ଟି ବିଭାଗରେ ଭାଗ ନେଇଥିବାବେଳେ ୯୩ ଜଣଙ୍କୁ କନିଷ୍ଠ, ବରିଷ୍ଠ ଓ ଉଚ୍ଚ ମାଧ୍ୟମିକ ସ୍ତରରେ୧ମ, ୨ୟ ଓ ୩ୟ ଭାବରେ ପୁରସ୍କୃତ କରାଯାଇଥିଲା । ପ୍ରକାଶ ଥାଉକି ସେମାନଙ୍କ ମଧ୍ୟରୁ କେବଳ ୧ମ ସ୍ଥାନରେ କୃତିତ୍ୱ ଅଜର୍ନ କରିଥିବା ପ୍ରତିଯୋଗୀମୋନ ୧୨ ନଭଭମ୍ବରରୁ ୧୪ ନଭେମ୍ବର ରାଜ୍ୟସ୍ତରୀୟ ସୁରଭି କାଯ୍ୟର୍କ୍ରମରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଉକ୍ତ ଉତ୍ସବରେ ସମସ୍ତ ବ୍ଲକ ଶିକ୍ଷାଧିାକରୀ, ସଂଯୋଜିକା ସମଗ୍ର ଶିକ୍ଷା ଇତିଶ୍ରୀ ମିଶ୍ର, ସୁବାଷ ମିଶ୍ର, ଇପସିତା ଜେନା , ମୃତ୍ୟୁଞ୍ଜୟ ମହାନ୍ତି, ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କମର୍ଚାରୀଙ୍କ ସମେତ ସମଗ୍ର ଶିକ୍ଷା କାର୍ଯାଳୟର ସମସ୍ତ କମର୍ଚାରୀ ସହଯୋଗ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ