
ଭୁବନେଶ୍ୱର, ୦୭ ନଭେମ୍ବର (ହି.ସ)- ଭାରତ ସରକାରଙ୍କ ଦ୍ୱାରା ଭାରତର ଜାତୀୟ ସଂଗୀତ ବନ୍ଦେ ମାତରମ୍ ର ୧୫୦ ବର୍ଷ ପୂର୍ତି ପାଳନ ପାଇଁ ଏକବର୍ଷ ପର୍ଯ୍ୟନ୍ତ ଦେଶବ୍ୟାପୀ ସ୍ମାରକୀ ପାଳନ ଆରମ୍ଭ କରିଛନ୍ତି । ବର୍ଷସାରା ଚାରୋଟି ପର୍ଯ୍ୟାୟରେ ଏହି ସ୍ମୃତିଚାରଣ ପାଳନ କରାଯିବ । ଏହି ଜାତୀୟ ପଦକ୍ଷେପର ଅଂଶ ସ୍ୱରୂପ, ପୂର୍ବ ତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ୭ ନଭେମ୍ବର ୨୦୨୫ରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ମୁଖ୍ୟାଳୟ ଏବଂ କଟକ ରେଳ ଷ୍ଟେସନରେ ବନ୍ଦେ ମାତରମ୍ ସମୂହ ଗାନ ଆୟୋଜନ କରିଥିଲା, ଯାହା ସ୍ମାରକୀ ବର୍ଷର ପ୍ରାରମ୍ଭ ଥିଲା ।
ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ମୁଖ୍ୟାଳୟରେ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠି ରେଳମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ମାନଙ୍କ ସହ ସମସ୍ତ ସଖା ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ଜାତୀୟ ସଙ୍ଗୀତର ସାମୂହିକ ପରିବେଷଣରେ ଯୋଗ ଦେଇଥିଲେ । ଏହି ସମୂହ ଜାତୀୟ ସଂଗୀତ ସମସ୍ତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଏକତା, ଗର୍ବ ଏବଂ ଦେଶପ୍ରେମର ମନୋଭାବକୁ ପ୍ରତିଫଳିତ କରିଥିଲା । ଏହି କାର୍ଯ୍ୟକ୍ରମକୁ ରେଳମଣ୍ଡଳର ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ଶ୍ରୀ ଆର.ଏନ.ଏ. ପରିଡା ସଂଯୋଜନା କରିଥିଲେ ।
ଏକକାଳୀନ, ଖୋର୍ଦ୍ଧା ରୋଡ ରେଳମଣ୍ଡଳ ଅଧୀନରେ ଥିବା ସମସ୍ତ ଷ୍ଟେସନରେ ଅଡିଓ-ଭିଜୁଆଲ୍ ମୋଡ୍?ରେ ଜାତୀୟ ସଂଗୀତ ବନ୍ଦେ ମାତରମ୍ ବଜାଇ ଦିଆଯାଇଥିଲା, ଯାହା ଫଳରେ ରେଳମଣ୍ଡଳର ଯାତ୍ରୀ ଏବଂ ରେଳ କର୍ମଚାରୀମାନେ ଦେଶପ୍ରେମ ପାଳନରେ ଯୋଗଦାନ କରିପାରିଥିଲେ ।
ଖୋର୍ଦ୍ଧା ରୋଡ ଏବଂ କଟକରେ ମୁଖ୍ୟ କାର୍ଯ୍ୟକ୍ରମ ବ୍ୟତୀତ ପୁରୀ, ବ୍ରହ୍ମପୁର ଏବଂ ଅନ୍ୟାନ୍ୟ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ୍ ମାନଙ୍କରେ ବନ୍ଦେ ମାତରମ୍ ର ଗଣସଂଗୀତ ମଧ୍ୟ ଆୟୋଜନ କରାଯାଇଥିଲା, ଯେଉଁଠାରେ ରେଳ କର୍ମଚାରୀ ଏବଂ ଯାତ୍ରୀମାନେ ମିଳିତ ଭାବରେ ଉତ୍ସାହ ଏବଂ ଦେଶପ୍ରେମ ସହିତ ଜାତୀୟ ସଂଗୀତ ଗାନ କରିଥିଲେ । ଐତିହାସିକ ଅବସରକୁ ପାଳନ କରିବା ଏବଂ ଜନସାଧାରଣଙ୍କୁ ଦର୍ଶନୀୟ ଭାବରେ ଉତ୍ସବରେ ସାମିଲ କରିବା ପାଇଁ କଟକ ଷ୍ଟେସନ୍ ରେ ବନ୍ଦେ ମାତରମ୍ - ୧୫୦ ବର୍ଷ ଦର୍ଶନ ଉପରେ ଏକ ସେଲ୍ଫି ପଏଣ୍ଟ ମଧ୍ୟ ସ୍ଥାପନ କରାଯାଇଛି।
ବର୍ଷବ୍ୟାପୀ ସ୍ମୃତି ଅବଧି ମଧ୍ୟରେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ବିଭିନ୍ନ ସଚେତନତା ଏବଂ ପ୍ରସାର କାର୍ଯ୍ୟକ୍ରମ ଗ୍ରହଣ କରିବ ଯେଉଁଥିରେ ରେଳ ଷ୍ଟେସନଗୁଡ଼ିକରେ ବନ୍ଦେ ମାତରମ୍ ସମ୍ବନ୍ଧରେ ଅଡିଓ ବାର୍ତ୍ତା ଏବଂ ବିଶେଷ ଘୋଷଣା, ଷ୍ଟେସନଗୁଡ଼ିକରେ ଏଲଇଡି ସ୍କ୍ରିନରେ ବନ୍ଦେ ମାତରମ୍ ସମ୍ବନ୍ଧୀୟ ଦୃଶ୍ୟ ଏବଂ ଐତିହାସିକ ସୂଚନା ପ୍ରଦର୍ଶନ, ଚାପୂର୍ବତଟ ରେଳପଥ କ୍ଷେତ୍ରାଧିକାର ଅଧୀନରେ ବିଶାଖାପାଟଣା, କଟକ ଏବଂ ସମ୍ବଲପୁର ସମେତ ଦେଶର ୫୦ଟି ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରେ ବନ୍ଦେ ମାତରମ୍ ଉପରେ ପ୍ରଦର୍ଶନୀ ଅନ୍ତର୍ଭୁକ୍ତ ଅଟେ ।
ଏହି କାର୍ଯ୍ୟକ୍ରମଗୁଡ଼ିକର ଲକ୍ଷ୍ୟ ବନ୍ଦେ ମାତରମ୍ ଜାତୀୟ ସଂଗୀତର ଐତିହାସିକ ଏବଂ ସାଂସ୍କୃତିକ ଗୁରୁତ୍ୱକୁ ସମ୍ମାନ କରିବା ଏବଂନ ରେଳ କର୍ମଚାରୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଦେଶପ୍ରେମ, ଏକତା ଏବଂ ଜାତୀୟ ଗର୍ବର ଭାବନାକୁ ପୁନର୍ଜୀବିତ କରିବା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା