
ଭୁବନେଶ୍ୱର, ୦୭ ନଭେମ୍ବର (ହି.ସ)- ଖୋର୍ଦ୍ଧା ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି, ଆଡଭୋକେଟ ସୁନିଲ କୁମାର ସାହୁ ଆଜି ଗାନ୍ଧୀ ଇଞ୍ଜିନିୟରିଂ କଲେଜ ପରିସରରେ ଛାତ୍ର ମୃତ୍ୟୁ ଘଟଣା ପ୍ରସଙ୍ଗରେ ବିକ୍ଷୋଭ କରିଥିଲେ। ଏହା ପରେ ଶ୍ରୀ ସାହୁ ଇନ୍ଫୋଭ୍ୟାଲି ଥାନାରେ ଗାନ୍ଧୀ ଇଞ୍ଜିନିୟରିଂ ମାଲିକ ମାନସ ରଞ୍ଜନ ପଣ୍ଡା ଓ ସତ୍ୟପ୍ରକାଶ ପଣ୍ଡାଙ୍କ ବିରୁଦ୍ଧରେ ଏକ ଏତଲା ଦରଜ କରିଥିଲେ। ସଂପୃକ୍ତ ଛାତ୍ର ଆତ୍ମ ହତ୍ୟା କରିଛି ବୋଲି ଖବର ପ୍ରସାରିତ ହେଉଥିବାବେଳେ, ସେ ମାନସିକ ଚାପରେ ଆତ୍ମ ହତ୍ୟା କରିଛି ବୋଲି ସହପାଠୀମାନେ
କହୁଛନ୍ତି। କେଉଁ ପରିସ୍ଥିତିରେ ଛାତ୍ରଟି ଆତ୍ମହତ୍ୟା କଲା ତା’ର ବିଚାର ବିଭାଗୀୟ ତଦନ୍ତ ଛାତ୍ର କଂଗ୍ରେସ ଦାବି କରୁଛି। କଲେଜ ପକ୍ଷରୁ ମାନସିକ ଚାପ ଦିଆଯାଇଛି ବୋଲି ମଧ୍ୟ ଅଭିଯୋଗ ହେଉଛି। ତେଣୁ କଲେଜ ମାଲିକଙ୍କୁ ତଦନ୍ତ ପରିସରକୁ ଆଣିଲେ ସତ୍ୟ ପ୍ରକାଶିତ ହେବ। ପ୍ରଶାସନ ଘଟଣାକୁ ଚପାଇ ନଦେଇ ସତ୍ୟାସତ୍ୟ ପାଇଁ ଏହାର ବିଚାର ବିଭାଗୀୟ ତଦନ୍ତ କରୁ। ଛାତ୍ରର ପରିବାରକୁ ୧ କୋଟି ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଉ। ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସିଦ୍ଧାନ୍ତ ଓମ୍ ପ୍ରକାଶ, ବାଦଲ ସାହୁ, ଦେବୀଦତ ଦାସ, ବିଜୟ କୁମାର ବିଶ୍ୱାଳ, ନଦିମ୍ ମାତୃପ୍ରକାଶ, ପାର୍ଥ ମୁକେଶ, ପୁପୁଲ୍, ହର୍ଷ, ରାଜେଶ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା