
ନୂଆଦିଲ୍ଲୀ,୦8 ନଭେମ୍ବର(ହି.ସ)- ପେନସନ ଏବଂ
ପେନସନଭୋଗୀ କଲ୍ୟାଣ ବିଭାଗର ସଚିବ ଭି. ଶ୍ରୀନିବାସ କହିଛନ୍ତି ଯେ ଫେସ୍ ପ୍ରମାଣୀକରଣ
ପ୍ରଯୁକ୍ତିବିଦ୍ୟା ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲ କରିବାର ପ୍ରକ୍ରିୟାକୁ
ଯଥେଷ୍ଟ ସରଳ କରିଛି।ଏବେ ପେନସନଭୋଗୀମାନେ ସେମାନଙ୍କର ମୋବାଇଲ୍ ଫୋନ୍ ଯେକୌଣସି ସମୟରେ ଏବଂଯେକୌଣସି ସ୍ଥାନରେ ବ୍ୟବହାର କରି ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଦାଖଲ
କରିପାରିବେ। ମନ୍ତ୍ରଣାଳୟ ଅନୁଯାୟୀଭି. ଶ୍ରୀନିବାସ
ଶୁକ୍ରବାର ନୂଆଦିଲ୍ଲୀର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାରେ ଡିଜିଟାଲ୍ ଜୀବନ ପ୍ରମାଣପତ୍ର
ଅଭିଯାନ 4.0 ଅଧୀନରେ ଆୟୋଜିତ ଏକ ମେଗା ଶିବିରର ଉଦଘାଟନ କରିଥିଲେ।
ଏହି ଶିବିରରେ 200 ରୁ ଅଧିକ ପେନସନଭୋଗୀ ଡିଜିଟାଲ୍ ଜୀବନ ପ୍ରମାଣପତ୍ର
ଗ୍ରହଣ କରିଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏହି ଅଭିଯାନର ଅଂଶ ସ୍ୱରୂପ ଦେଶର 39 ଟି ସହରରେ 185 ଟି ସ୍ଥାନରେ ଏପରି
ଶିବିର ଆୟୋଜନ କରୁଛି।1 ରୁ 30 ନଭେମ୍ବର ପର୍ଯ୍ୟନ୍ତ ରାଷ୍ଟ୍ରବ୍ୟାପୀ ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଅଭିଯାନ 4.0 ଚାଲିଛି। ଏହି
ଅଭିଯାନ ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ଦ୍ୱାରା ଅନେକ ସଂସ୍ଥାର ସହଯୋଗରେ ଚାଲିଛି,ଯେଉଁଥିରେ
ବ୍ୟାଙ୍କ, ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ, ପେନସନଭୋଗୀ ସଂଘ, ଇପିଏଫଓ, ରେଳ ମନ୍ତ୍ରଣାଳୟ, ଦୂରସଂଚାର ବିଭାଗ, ୟୁଆଇଡୀଏଆଇଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସାମିଲ
ଅଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା