
ଗାନ୍ଧୀନଗର, ନଭେମ୍ବର 8 (ହି.ସ)-ଗୁଜୁରାଟର ଗାନ୍ଧୀନଗର
ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫେସନ ଟେକ୍ନୋଲୋଜୀ (ଏନଆଇଏଫଟୀ)ଗୋଲ୍ଡେନ୍ କଟାର
ଡିଭିଜନର ଜେନେରାଲ ଅଫିସର କମାଣ୍ଡିଂ ମେଜର ଜେନେରାଲ ଗୌରବ ବଗା, ଅପରେସନ ସିନ୍ଦୁର ଭାରତୀୟ ସେନାର ଏକ
ଗୁରୁତ୍ୱପୂର୍ଣ୍ଣ ରଣନୈତିକ ମିଶନ ଉପରେ ଏକ ଅତ୍ୟନ୍ତ ପ୍ରେରଣାଦାୟକ ଏବଂ ସୂଚନାପ୍ରଦ ଅଧିବେଶନପ୍ରସ୍ତୁତ
କରିଛନ୍ତି।ଗୁଜରାଟର
ଗାନ୍ଧୀନଗରସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି (ଏନଆଇଏଫଟି)ରେ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଆଇଆଇଟି ଗାନ୍ଧୀନଗର, ଗୁଜରାଟ ବିଶ୍ୱବିଦ୍ୟାଳୟ, ଆଇଆଇଏମ ଅହମ୍ମଦାବାଦ, ଜିଏନଏଲୟୁ, ଜିଟିୟୁ, ଏନଆଇଡି,ଏନଏଫଏସୟୁ, ଏବଂ ଇଡିଆଇଆଇ ଭଳି ପ୍ରତିଷ୍ଠିତ
ପ୍ରତିଷ୍ଠାନର ଅଧ୍ୟାପକ ଏବଂ ଛାତ୍ରମାନେ ଉପସ୍ଥିତ ଥିଲେ।ଏହା ପୁର୍ବରୁ ଛାତ୍ରଛାତ୍ରୀମାନେ ତାଙ୍କୁ ଉଷ୍ମ ସ୍ୱାଗତ କରିଥିଲେ।ଏହି ଅଧିବେଶନ
ମାଧ୍ୟମରେଛାତ୍ରମାନେ ସାମରିକ
କାର୍ଯ୍ୟ, ସଙ୍କଟକାଳୀନ ପରିସ୍ଥିତିରେ ନେତୃତ୍ୱ ଏବଂ ଭାରତୀୟ
ସଶସ୍ତ୍ର ବାହିନୀର ଅଦମ୍ୟ ସାହସ ବିଷୟରେ ପ୍ରତ୍ୟକ୍ଷ ଅନ୍ତର୍ଦୃଷ୍ଟି ହାସଲ କରିଥିଲେ। ମେଜର
ଜେନେରାଲ ବଗା ବୁଝାଇଥିଲେ ଯେ ଶୃଙ୍ଖଳା, ସମର୍ପଣ ଏବଂ ଦଳଗତ
ମନୋଭାବ କିପରି ଭାରତୀୟ ସେନାର ସଫଳତାର ମୁଳସ୍ତମ୍ଭ। ସେ ଛାତ୍ରମାନଙ୍କୁ କହିଥିଲେ ଯେ ସାହସ, ଶୃଙ୍ଖଳା ଏବଂ ଦେଶ ପ୍ରତି ସେବାର ମନୋଭାବ କେବଳ
ସାମରିକ କ୍ଷେତ୍ରରେ ନୁହେଁ ବରଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇଁ ଜରୁରୀ। ସେ
ଯୁବପିଢ଼ିଙ୍କୁ ନିଜ ଜୀବନ ଏବଂ କ୍ୟାରିୟରରେ ଏହି ମୂଲ୍ୟବୋଧଗୁଡ଼ିକୁ ଗ୍ରହଣ କରିବାକୁ ପ୍ରେରଣା
ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା