ଆରଜେଡି-କଂଗ୍ରେସ କେବେ ବିହାରର ବିକାଶ କରିପାରିବ ନାହିଁ: ପ୍ରଧାନମନ୍ତ୍ରୀ
ପାଟନା ,8ନଭେମ୍ବର (ହି.ସ.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସୀତାମଢ଼ିରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ମହାଗଠବନ୍ଧନ ଏବଂ ବିଶେଷକରି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଉପରେ କଟାକ୍ଷ କରିଥିଲେ। ସେ ଆରଜେଡି ଉପରେ ଅପରାଧ ଏବଂ କଂଗ୍ରେସ ଦୁର୍ନୀତିକୁ ପ୍ରୋତ୍ସାହିତ କରୁ
ଆରଜେଡି-କଂଗ୍ରେସ କେବେ ବିହାରର ବିକାଶ କରିପାରିବ ନାହିଁ: ପ୍ରଧାନମନ୍ତ୍ରୀ


ପାଟନା ,8ନଭେମ୍ବର (ହି.ସ.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସୀତାମଢ଼ିରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି

ମହାଗଠବନ୍ଧନ ଏବଂ ବିଶେଷକରି

ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଉପରେ କଟାକ୍ଷ କରିଥିଲେ। ସେ ଆରଜେଡି ଉପରେ ଅପରାଧ ଏବଂ କଂଗ୍ରେସ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ

କରିଥିଲେ। ପ୍ରଧାନମନ୍ତ୍ରୀ ଜାତୀୟ ଗଣତାନ୍ତ୍ରିକ ଗଠବନ୍ଧନ (ଏନଡିଏ) ପ୍ରାର୍ଥୀଙ୍କ ପାଇଁ ସମର୍ଥନ ମଧ୍ୟ

ଲୋଡ଼ିଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ସୀତାମଢୀରେ ଶନିବାର ନିର୍ବାଚନ ସଭାକୁ

ସମ୍ବୋନ୍ଧିତ କରି କହିଥିଲେ ଯେ ବିକଶିତ ଭାରତ ପାଇଁ ବିହାରର ବିକାଶ ଜରୁରୀ। ଆରଜେଡି-କଂଗ୍ରେସ

କେବେ ବିହାରର ବିକାଶ କରିପାରିବ ନାହିଁ। ସେ କହିଥିଲେ ଯେ ଏହି ନିର୍ବାଚନ ବିହାରର ଭବିଷ୍ୟତ

ନିର୍ଣ୍ଣୟ କରିବ। ତେଣୁଏହି ନିର୍ବାଚନ ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ

ତାଙ୍କ ସମ୍ବୋଧନ ସମୟରେ କହିଥିଲେ ଜଙ୍ଗଲ ରାଜ ଲୋକଙ୍କ ପ୍ରଚାର ଗୀତ ଶୁଣିଛ? ଛୋଟ ପିଲାମାନେ ମଞ୍ଚରୁ କହୁଛନ୍ତି, 'ଆମେ ଗ୍ୟାଙ୍ଗଷ୍ଟର ହେବାକୁ ଚାହୁଁଛୁ।' ବିହାରର ପିଲାମାନେ ଗ୍ୟାଙ୍ଗଷ୍ଟର ହେବା ଉଚିତ କି

ଡାକ୍ତର ଏବଂ ଇଞ୍ଜିନିୟର ହେବା ଉଚିତ? ବିହାରରେ

ଷ୍ଟାର୍ଟଅପ୍ ସ୍ୱପ୍ନ ଦେଖୁଥିବା ଲୋକଙ୍କ ଆବଶ୍ୟକତା ଅଛି, 'ହ୍ୟାଣ୍ଡସ୍ ଅପ୍' କହୁଥିବା ଲୋକଙ୍କର ନୁହେଁ। ଆରଜେଡିର ପ୍ରଚାର

ଗୀତ ଶୁଣି ଆପଣ ଥରି ଉଠିବେ। ଆମେ ପିଲାମାନଙ୍କୁ ଲାପଟପ୍ ଦେଉଛୁ, ଯେତେବେଳେ ଆରଜେଡି ସେମାନଙ୍କୁ ପିସ୍ତଲ ଏବଂ

ଡବଲ-ବ୍ୟାରେଲ ବନ୍ଧୁକ ଦେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande