ଆରଜେଡିର ଗୀତଗୁଡ଼ିକ ପ୍ରକାଶ କରେ ଯେ ଜଙ୍ଗଲ ରାଜ୍ ର ପୁନରାବୃତି ପାଇଁ ଏହା କେତେ ହତାଶ : ପ୍ରଧାନମନ୍ତ୍ରୀ
ପାଟନା, ୮ ନଭେମ୍ବର (ହି.ସ.)- ୨୦୨୫ ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ରାଜନୈତିକ ଯୁଦ୍ଧ ଏବେ ପୂର୍ଣ୍ଣାଙ୍ଗ ପର୍ଯ୍ୟାୟରେ ପହଂଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ନିର୍ବାଚନ ପ୍ରଚାରର ଭାଇରାଲ ଗୀତଗୁଡ଼ିକୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍
ଆରଜେଡିର ଗୀତଗୁଡ଼ିକ ପ୍ରକାଶ କରେ ଯେ ଜଙ୍ଗଲ ରାଜ୍ ର ପୁନରାବୃତି ପାଇଁ ଏହା କେତେ ହତାଶ : ପ୍ରଧାନମନ୍ତ୍ରୀ


ପାଟନା, ୮ ନଭେମ୍ବର (ହି.ସ.)- ୨୦୨୫ ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ରାଜନୈତିକ ଯୁଦ୍ଧ ଏବେ ପୂର୍ଣ୍ଣାଙ୍ଗ ପର୍ଯ୍ୟାୟରେ ପହଂଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ନିର୍ବାଚନ ପ୍ରଚାରର ଭାଇରାଲ ଗୀତଗୁଡ଼ିକୁ ଟାର୍ଗେଟ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଗୀତଗୁଡ଼ିକ ପ୍ରକାଶ କରେ ଯେ, ଜଙ୍ଗଲ ରାଜ୍ ଫେରିବା ପାଇଁ ଆରଜେଡି କେତେ ହତାଶ । ଏହି ଗୀତଗୁଡ଼ିକ ସ୍ପଷ୍ଟ ଭାବରେ ଗରିବ, ଦଳିତ ଏବଂ ସମାଜର ସବୁଠାରୁ ପଛୁଆ ବର୍ଗକୁ ଭୟଭୀତ କରିବାର ପ୍ରୟାସକୁ ପ୍ରଦର୍ଶନ କରୁଛି । ଆରଜେଡିର ନିର୍ବାଚନ ପ୍ରଚାର ଗୀତଗୁଡ଼ିକ ମଧ୍ୟରୁ ଗୋଟିଏରେ ଲେଖା ଅଛି, ଭୈୟା କି ସରକାର ଆୟେଗି, ବନେଙ୍ଗେ ରଙ୍ଗଦାର...

ପ୍ରଧାନମନ୍ତ୍ରୀ ମୋଦୀ ଏହି ଗୀତ ଉପରେ କଟାକ୍ଷ କରି କହିଛନ୍ତି ଯେ, ଯେଉଁମାନଙ୍କର ଅଭିଯାନ ଅପରାଧ, ଗୁଣ୍ଡାଗିରି ଏବଂ ପରିବାରବାଦକୁ ମହିମା ପ୍ରଦାନ କରେ, ଯଦି ସେମାନେ କ୍ଷମତାକୁ ଆସନ୍ତି, ତେବେ ବିହାର ପୁଣି ଥରେ ସେହି ଅନ୍ଧାର ଯୁଗରେ ପଡ଼ିଯିବ ଯେଉଁଠାରୁ ଜନତାଙ୍କୁ ବାହାରିବାକୁ ୧୫ ବର୍ଷ ଲାଗିଥିଲା । ଜନସାଧାରଣ ଏବେ ଗୀତ ଏବଂ ପୂର୍ବ ସରକାରଙ୍କ ରେକର୍ଡକୁ ତୁଳନା କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande