
ଚେନ୍ନାଇ, ୦8 ନଭେମ୍ବର (ହି.ସ)- ଦକ୍ଷିଣ ଭାରତରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର
ଯୋଗୁଁ8 ନଭେମ୍ବରରୁ 13 ନଭେମ୍ବର
ପର୍ଯ୍ୟନ୍ତ ତାମିଲନାଡୁ, ପୁଡୁଚେରୀ ଏବଂ
କରାଇକଲରେ କିଛି ସ୍ଥାନରେ ଘଡ଼ଘଡ଼ି ଏବଂ ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ପକ୍ଷରୁ ତାମିଲନାଡୁର ଚାରୋଟି ଜିଲ୍ଲା: କନ୍ୟାକୁମାରୀ, ତିରୁନେଲବେଲି, ତେନକାସୀ ଏବଂ
ଥୁଥୁକୁଡି ପାଇଁ ମଧ୍ୟ ୟେଲୋ ଆର୍ଲଟ ଜାରି କରିଛି।ପାଣିପାଗ ବିଭାଗ ଆଜି ସକାଳ 11 ଟାରୁତାମିଲନାଡୁର 7ଟି ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରିଥିଲା, ଯେଉଁଠାରେ
ଘଡ଼ଘଡ଼ି ଏବଂ ବିଜୁଳି ସହିତ ବର୍ଷା ହେଉଛି ।ପାଣିପାଗ ବିଭାଗ ରାଜ୍ୟର ରାମନାଥପୁରମ, ଥୁଥୁକୁଡି, ତିରୁନେଲଭେଲି, କନ୍ୟାକୁମାରୀ, ତେନକାସି, ତିରୁବଲ୍ଲୁର ଏବଂ ଚେନ୍ନାଇରେ ଘଡ଼ଘଡ଼ି ସହିତ
ହାଲୁକାରୁ ମଧ୍ୟମ ବର୍ଷା ହେବାର ପୂର୍ବାନୁମାନ କରିଥିଲା, ଯେତେବେଳେ ଚାରିଟି
ଜିଲ୍ଲା - କନ୍ୟାକୁମାରୀ, ତିରୁନେଲବଲି, ତେନକାସି ଏବଂ ଥୁଥୁକୁଡି ପାଇଁ ୟେଲୋ ଆର୍ଲଟ ଜାରି
କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା