
ବେଙ୍ଗାଲୁରୁ, ୮ ନଭେମ୍ବର (ହି.ସ.)। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡା. ମୋହନ ଭାଗବତ ଶନିବାର କହିଛନ୍ତି ଯେ, ମୁସଲିମ ଓ ଖ୍ରିଷ୍ଟିଆନ ମାନଙ୍କୁ ଜାଣିଶୁଣି ବିଶ୍ୱାସ ଦିଆଯାଇଛି ଯେ ସେମାନେ ହିନ୍ଦୁମାନଙ୍କୁଠାରୁ ଅଲଗା। କିନ୍ତୁ ସମସ୍ତଙ୍କ ପୂର୍ବଜ ସମାନ ଓ ପାରମ୍ପରିକ ଚିନ୍ତାଧାରା ମଧ୍ୟ ମଧ୍ୟ ଏକା ଭଳି । ସେ କହିଛନ୍ତି , ମୋତେ ଅନେକ ମୁସଲିମ ଓ ଖ୍ରିଷ୍ଟିଆନମାନଙ୍କ ସହିତ ଭେଟିଛନ୍ତି , ଯେଉଁ ମାନେ ସେମାନଙ୍କର ଗୋତ୍ର ମଧ୍ୟ କୁହନ୍ତି।
ଡା. ଭାଗବତ ସଂଘର ଶତାବ୍ଦୀ ବର୍ଷ ଅବସରରେ ଏଠାରେ ଆୟୋଜିତ ଦୁଇଦିନିଆ (୮ ଓ ୯ ନଭେମ୍ବର) ବ୍ୟାଖ୍ୟାନମାଳାକୁ ସମ୍ବୋଧିତ କରି ଏହା କହିଛନ୍ତି । ଏହାର ଆୟୋଜନ ବେଙ୍ଗାଲୁରୁର ବନଶଂକରୀ ସ୍ଥିତ ହୋସାକେରେହଲ୍ଲି ରିଙ୍ଗ ରୋଡ୍ ରେ ଥିବା ପିଇଏସ୍ ବିଶ୍ୱବିଦ୍ୟାଳୟରେ କରାଯାଇଛି । ପ୍ରଥମ ଦିନ ଭାରତର ବିଭିନ୍ନ ରାଜ୍ୟର ପ୍ରାୟ ୧,୨୦୦ ପ୍ରତିଷ୍ଠିତ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଶୁଭାରମ୍ଭ ‘ବନ୍ଦେ ମାତରମ୍’ ସହ ହୋଇଥିଲା।
ସରସଂଘଚାଳକ ଡା. ଭାଗବତ କହିଛନ୍ତି ଯେ, ଭାରତ ଏକ ହିନ୍ଦୁ ରାଷ୍ଟ୍ର ଓ ହିନ୍ଦୁ ହେବାର ଅର୍ଥ ହେଉଛି ଦେଶ ପ୍ରତି ଦାୟିତ୍ୱବୋଧ ରଖିବା। ସେ କହିଛନ୍ତି ଯେ ବିଭିନ୍ନତାର ସମ୍ମାନ କରି ଏକତା ବଜାୟ ରଖିବା ଭାରତର ସୌନ୍ଦର୍ଯ୍ୟ । ବିଭିନ୍ନତା ଆମର ଶୋଭା। ସେ କହିଲେ, “ବିଇଂ ହିନ୍ଦୁ, ଆଇ ରିସପନ୍ସିବଲ୍ ଫର୍ ଭାରତ।” ଭାରତ ଏକ ହିନ୍ଦୁ ରାଷ୍ଟ୍ର ଓ ସଂଘର କାର୍ଯ୍ୟ ଏହି ଭାବନାକୁ ଶକ୍ତିଶାଳୀ କରିବା। ସଂଘ ଆଜି ବଡ଼ ହୋଇଛି, କିନ୍ତୁ ଆମେ ସନ୍ତୁଷ୍ଟ ନୁହେଁ। ଆମର ଲକ୍ଷ୍ୟ ସମଗ୍ର ସମାଜକୁ ଏକ ସୂତ୍ରରେ ବାନ୍ଧିବା।
ଡା. ଭାଗବତ କହିଛନ୍ତି ଯେ, ଏତେ ବର୍ଷ ଧରି ସଂଘ ବିରୋଧରେ ଅନେକ କଥା କୁହାଗଲା, କିନ୍ତୁ ସେହି ବିରୋଧ କେବଳ ମୁଖରେ ଥିଲା, ହୃଦୟରେ ନୁହେଁ। ଆମେ ଯେତେବେଳେ ସମାଜ ମଧ୍ୟରେ ବୁଲିଲୁ , ସେଠାରେ ଆମକୁ କୌଣସି ବିରୋଧୀ ମିଳିଲେ ନାହିଁ। ଆମେ ସେବା ପାଇଁ ଆସିଛୁ ଏବଂ ଏବେ ସମାଜ ଏହି ଉଦ୍ଦେଶ୍ୟ ଉପରେ ଭରସା କରୁଛି। ସେ କହିଛନ୍ତି , ବିରୋଧୀମାନେ ମଧ୍ୟ ଆମ ପାଇଁ ଉପଯୋଗୀ, ଯେପରି ନିନ୍ଦକ ନିୟରେ ରାଖିଏ।
ସଂଘର ସ୍ୱରୂପ ବିଷୟରେ ଆଲୋକ ପାତ କରି ସେ କହିଲେ ଯେ, ଏହି ସଂସ୍ଥା ଅଦ୍ୱିତୀୟ ଏବଂ ଏହାର ତୁଳନା କୌଣସି ଅନ୍ୟ ସଂଗଠନ ସହ କରାଯାଇପାରିବ ନାହିଁ। ସେ କହିଲେ, ସଂଘ କୌଣସି ପ୍ରତିକ୍ରିୟାରୁ ଜନ୍ମ ନେଇନି। ୧୮୫୭ ମସିହାର ବିଦ୍ରୋହ ପରେ ଏହି ଭାବନା ଆସିଲା ଯେ, କିଛି ମୁଷ୍ଟିମେୟ ଲୋକ କିପରି ଆମ ଉପରେ ଶାସନ କରୁଛନ୍ତି। ଏହି ଚିନ୍ତା ଭିତରେ ଡା. କେଶବରାଓ ବଲିରାମ ହେଡଗେୱାର ମଧ୍ୟ ଥିଲେ। ଡା. ହେଡଗେୱାର ୧୯୧୬-୧୭ ଠାରୁ ଏହି ଦିଗରେ ପ୍ରୟୋଗ ଆରମ୍ଭ କରିଥିଲେ ଏବଂ ୧୯୨୫ ମସିହାରେ ସଂଘ ଆକାରରେ ଏହା ସମ୍ମୁଖରେ ଆସିଲା। ୧୯୩୯ ଯାଏ କାର୍ଯ୍ୟକର୍ତା ମାନେ ଏହାକୁ ଏକ ସିଦ୍ଧ ମଡେଲ୍ ଭାବେ ଗ୍ରହଣ କଲେ।
ସଂଘପ୍ରମୁଖ ଡା. ଭାଗବତ କହିଥିଲେ ଯେ, ବ୍ୟକ୍ତିଗତ ଓ ଜାତୀୟ ଚରିତ୍ର – ଉଭୟ ଅତ୍ୟାବଶ୍ୟକ। ଏହି ଭାବନାରୁ ହିଁ ଶାଖାର ପରମ୍ପରା ଗଠିତ ହୋଇଛି – ଗୋଟିଏ ଘଣ୍ଟାର ଅଭ୍ୟାସ ମାଧ୍ୟମରେ ବ୍ୟକ୍ତି ଓ ସମାଜ ଉଭୟର ନିର୍ମାଣ ହୁଏ।
ଉଲ୍ଲେଖନୀୟ ଯେ, ସଂଘ ୦୨ ଅକ୍ଟୋବର ୨୦୨୫ ରେ ନିଜର ୧୦୦ ବର୍ଷ ପୂରଣ କରିଛି। ଶତାବ୍ଦୀ ବର୍ଷ ଅବସରରେ ଦେଶବ୍ୟାପୀ ଭାବେ ବ୍ୟାଖ୍ୟାନମାଳା, ଯୁବ ସମ୍ମେଳନ, ସାମାଜିକ ସଦଭାବ କାର୍ଯ୍ୟକ୍ରମ ଓ ଆଲୋଚନା ଶୃଙ୍ଖଳା ଆୟୋଜିତ ହେଉଛି, ଯାହାର ଉଦ୍ଦେଶ୍ୟ ସମାଜର ସମସ୍ତ ବର୍ଗକୁ ଜାତୀୟ ଏକତାର ସୂତ୍ରରେ ବାନ୍ଧିବା।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ