ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ଦୃଷ୍ଟିରେ ରଖି ନଭେମ୍ବର 9ରୁ 11 ଯାଏ ନେପାଳ- ଭାରତ ସୀମା ବନ୍ଦ
ପାଟଣା, 8 ନଭେମ୍ବର (ହି.ସ.)- ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନକୁ ଦୃଷ୍ଟିରେ ରଖି, ୯ ନଭେମ୍ବର ସକାଳରୁ ୧୧ ନଭେମ୍ବର ପର୍ଯ୍ୟନ୍ତ ଭାରତ–ନେପାଳ ସୀମା ବନ୍ଦ ରହିବ। ଦ୍ୱିତୀୟ ପର୍ଯ୍ୟାୟର ମତଦାନ ୧୧ ନଭେମ୍ବରରେ ହେବ। ଏହାକୁ ନେଇ ସୁରକ୍ଷା ବ୍ୟବସ୍
ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ଦୃଷ୍ଟିରେ     ରଖି ନଭେମ୍ବର 9ରୁ 11 ଯାଏ ନେପାଳ- ଭାରତ ସୀମା ବନ୍ଦ


ପାଟଣା, 8 ନଭେମ୍ବର (ହି.ସ.)- ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ

ପର୍ଯ୍ୟାୟ ମତଦାନକୁ ଦୃଷ୍ଟିରେ ରଖି, ୯ ନଭେମ୍ବର ସକାଳରୁ

୧୧ ନଭେମ୍ବର ପର୍ଯ୍ୟନ୍ତ ଭାରତ–ନେପାଳ ସୀମା ବନ୍ଦ

ରହିବ। ଦ୍ୱିତୀୟ ପର୍ଯ୍ୟାୟର ମତଦାନ ୧୧ ନଭେମ୍ବରରେ ହେବ। ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥା ସୁଦୃଢ

କରାଯାଉଛି। ମଧୁବନୀ ଜିଲ୍ଲାର ଜୟନଗରରୁ ନେପାଳର ଜନକପୁର ପର୍ଯ୍ୟନ୍ତ ଚାଲୁଥିବା ଟ୍ରେନ୍ ସେବା

ମଧ୍ୟ ଏହି ସମୟସୀମାରେ ବନ୍ଦ ରହିବ। ବିହାରର ସୀମା ନେପାଳ ସହିତ ୭୨୯ କିଲୋମିଟର ଯାଏଁ ବ୍ୟାପ୍ତ

ରହିଛି । ବିହାରର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକ — ପଶ୍ଚିମ ଚମ୍ପାରଣ,

ପୂର୍ବ ଚମ୍ପାରଣ, ଶିଵହର,

ସିତାମଢ଼ି, ମଧୁବନୀ,

ସୁପୌଲ, ଅରରିଆ ଓ କିଶନଗଞ୍ଜ

। ଏହି ସବୁ ଜିଲ୍ଲାରେ ୧୧ ନଭେମ୍ବରରେ ମତଦାନ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande