ବାରଣାସୀରେ ଗଙ୍ଗା ନଦୀରେ ନିର୍ମାଣ ହେବ ଦେଶର ପ୍ରଥମ 4-ଲେନ ଲାଇନ ବିଶିଷ୍ଟ ଡବଲ ଡେକର ପୋଲ
ବାରଣାସୀ, 8 ନଭେମ୍ବର (ହି.ସ.)- କେନ୍ଦ୍ର ସରକାର ବାରଣାସୀରେ ଗଙ୍ଗା ନଦୀ ଉପରେ ଏକ ମହତଆକାଂକ୍ଷୀ “ରେଳ-ସହ-ରୋଡ୍ ଡବଲ ଡେକର ପୋଲ” ନିର୍ମାଣକୁ ଅନୁମୋଦନ କରିଛନ୍ତି । ଏହା ନିର୍ମିତ ହେଲେ ସହରର ସଂଯୋଗ ଓ ଯାତାୟାତ ବ୍ୟବସ୍ଥା ଅଧିକ ସୁଗମ ହେବ। ଏହି ପୋଲକୁ “ସିଗ୍ନେଚର ବ୍ରିଜ୍”
ବାରଣାସୀରେ ଗଙ୍ଗା ନଦୀରେ     ନିର୍ମାଣ ହେବ ଦେଶର ପ୍ରଥମ 4-ଲେନ ଲାଇନ ବିଶିଷ୍ଟ ଡବଲ ଡେକର ପୋଲ


ବାରଣାସୀ, 8 ନଭେମ୍ବର (ହି.ସ.)- କେନ୍ଦ୍ର ସରକାର

ବାରଣାସୀରେ ଗଙ୍ଗା ନଦୀ ଉପରେ ଏକ ମହତଆକାଂକ୍ଷୀ “ରେଳ-ସହ-ରୋଡ୍ ଡବଲ ଡେକର ପୋଲ” ନିର୍ମାଣକୁ ଅନୁମୋଦନ କରିଛନ୍ତି । ଏହା ନିର୍ମିତ ହେଲେ ସହରର ସଂଯୋଗ

ଓ ଯାତାୟାତ ବ୍ୟବସ୍ଥା ଅଧିକ ସୁଗମ ହେବ। ଏହି ପୋଲକୁ “ସିଗ୍ନେଚର ବ୍ରିଜ୍” ନାମ ଦିଆଯାଇଛି। ସିଗ୍ନେଚର ବ୍ରିଜ୍‌ ବ୍ୟତୀତ, ବାରଣାସୀ ସହର ଭିତରେ ଯାତାୟାତକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ନୂଆ

ପରିକଳ୍ପନା ଘୋଷଣା କରାଯାଇଛି।

ଶନିବାର କେନ୍ଦ୍ରୀୟ ରେଳ, ସଂଚାର ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ

ଅଶ୍ୱିନୀ ବୈଷ୍ଣବ ଏହି ପରିଯୋଜନା ଓ ବାରଣାସୀର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସଂପର୍କରେ

ସାମ୍ବାଦିକମାନଙ୍କୁ ବିସ୍ତୃତ ବିବରଣୀ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି

ଯେ,

ଏହି ପ୍ରକଳ୍ପର ଆନୁମାନିକ ଖର୍ଚ୍ଚ 2,642 କୋଟି ଟଙ୍କା ହେବ ଏବଂ

ଏହାକୁ 2028 ସଲେ ସମାପ୍ତ କରିବା ଲକ୍ଷ୍ୟ ରହିଛି।

ଏହି ପରିଯୋଜନାରେ ତଳ

ସ୍ତରରେ 4ଟି ରେଳ ପଥ ରହିବ — ଯାହା ଭାରତର ପ୍ରଥମ ପୋଲ ହେବ ଯେଉଁଥିରେ ଏକାସାଥିରେ ଏତେ ରେଳ ଲାଇନ ଚାଲିବ — ଯେଉଁଠାରେ ଉପର ସ୍ତରରେ 6-ଲେନ ହାଇୱେ ସଡ଼କ ରହିବ। ଏହାର ମୂଳଦୁଆ

ଗଙ୍ଗା ନଦୀ ତଳୁ 120 ଫୁଟ ଗଭୀର ହେବ। ମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ, ଏହି ପୋଲ ବର୍ତ୍ତମାନର ମାଳବୀୟ ପୋଲ (ରାଜଘାଟ ପୋଲ) ଠାରୁ ପ୍ରାୟ

50 ମିଟର ସମାନାନ୍ତରରେ, ନମୋ ଘାଟ ନିକଟରେ ନିର୍ମାଣ ହେବ ଯାହା କାଶୀ ଷ୍ଟେସନ୍‌କୁ ଯୋଡ଼ିବ।

ଏହା ଦ୍ୱାରା ବାରଣାସୀ ଓ

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ୍ (ମୁଗଲସରାୟ) ମଧ୍ୟରେ ରେଲ ଏବଂ ସଡ଼କ ଯାତାୟାତ ଅଧିକ

ସୁବିଧାଜନକ ହେବ। ଏହା ଫଳରେ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଯାତାୟାତ ଶୀଘ୍ର ହେବ, ଯାହା ଯାତ୍ରା ସମୟ ଓ ଇଂଧନ ଉଭୟର ସଞ୍ଚୟ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande