
ନୂଆଦିଲ୍ଲୀ, 8 ନଭେମ୍ବର (ହି.ସ.)-ଉପରାଷ୍ଟ୍ରପତି
ସିପି ରାଧାକୃଷ୍ଣନ କହିଛନ୍ତି ଯେ, ଜୈନ ଧର୍ମର ଅହିଂସା, ସତ୍ୟ, ଅପରିଗ୍ରହ ଓ ଅନେକାନ୍ତବାଦ ଭଳି ସିଦ୍ଧାନ୍ତଗୁଡିକ ଭାରତୀୟ
ସଂସ୍କୃତିର ଆତ୍ମା ସମାନ, ଯେଉଁମାନେ କେବଳ ମହାତ୍ମା ଗାନ୍ଧୀଙ୍କୁ ନୁହେଁ, ଆଜି ପର୍ଯ୍ୟନ୍ତ ବିଶ୍ୱଶାନ୍ତି ଓ ମାନବତା ପାଇଁ ମାର୍ଗଦର୍ଶନ
ଦେଇଆସୁଛନ୍ତି।
ଶନିବାର ଉପରାଷ୍ଟ୍ରପତି ନୂଆଦିଲ୍ଲୀର
ବିଜ୍ଞାନ ଭବନରେ ଆୟୋଜିତ ଜୈନ ଆଚାର୍ଯ୍ୟ ହଂସରତ୍ନ ସୂରିଶ୍ୱରଜୀ ମହାରାଜଙ୍କ 180ତମ ଉପବାସ
ପର୍ଣ୍ଣା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ସେ କହିଥିଲେ ଯେ, ଜୈନ ଧର୍ମର ଶାକାହାର, କରୁଣା ଓ ସଂୟମ ଉପରେ ଆଧାରିତ ଜୀବନଶୈଳୀ ଆଜି ସମଗ୍ର ବିଶ୍ୱରେ
ପରିବେଶ ସୁରକ୍ଷାର ପ୍ରତୀକ ହୋଇଯାଇଛି। ନିଜ ଅନୁଭବ ଶେୟାର କରି ସେ କହିଥିଲେ ଯେ, କାଶୀ ଯାତ୍ରା ପରେ ପ୍ରାୟ 25 ବର୍ଷ ପୂର୍ବେ ସେ ଶାକାହାରକୁ ଆପଣାଇଥିଲେ, ଯାହା ତାଙ୍କ ମନରେ ବିନମ୍ରତା ଓ ସମସ୍ତ ପ୍ରାଣୀପ୍ରତି ପ୍ରେମର ଭାବନା
ବିକଶିତ କରିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା