
ଭୁବନେଶ୍ୱର, 8 ନଭେମ୍ବର (ହି.ସ.)- ଲାଲକୃଷ୍ଣ ଆଡଭାନୀଙ୍କୁ ଜନ୍ମଦିନର
ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦେଶର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ, ବିଜେପି ପରିବାରର
ଅଭିଭାବକ ଏବଂ ମୋ ପରି କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ମାର୍ଗଦର୍ଶକ ଲାଲକୃଷ୍ଣ ଆଡ଼ବାଣୀ
ଜୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା।
ଆଦରଣୀୟ ଆଡ଼ଭାଣୀ ଜୀଙ୍କର ସାର୍ବଜନିକ ଜୀବନ ଦେଶସେବା, ସଂଗଠନୀୟ କ୍ଷମତା
ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ନିରନ୍ତର ସାଧନାର ପ୍ରତୀକ ରହିଛି। ସେ ବିଜେପିକୁ ଏକ ସଶକ୍ତ
ଚିନ୍ତାଧାରାତ୍ମକ ଭିତି ପ୍ରଦାନ କରିଛନ୍ତି ଏବଂ ଦେଶର ରାଜନୈତିକ ସଂସ୍କୃତିରେ ନୂଆ ମାନକ
ସ୍ଥାପନ କରିଛନ୍ତି। ତାଙ୍କ ମାର୍ଗଦର୍ଶନ, ତ୍ୟାଗ ଏବଂ ଦେଶସେବାର ଭାବନା ସମସ୍ତ
କାର୍ଯ୍ୟକର୍ତ୍ତାଙ୍କ ପାଇଁ ପ୍ରେରଣାର ସ୍ରୋତ। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି
ଯେ, ସେ ଆଡ଼ଭାଣୀ
ଜୀଙ୍କୁ ସର୍ବଦା ଉତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁର ଆଶୀର୍ବାଦ ଦିଅନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା