ଜଙ୍ଗଲରାଜ୍ ରିଟର୍ନ୍ସ ପରି ଦେଖାଯାଏ ରାହୁଲ- ତେଜସ୍ୱୀଙ୍କ ଯୋଡି- କେଶବ ମୌର୍ଯ୍ୟ
ପାଟଣା, 8 ନଭେମ୍ବର (ହି.ସ.)- ବିହାର ନିର୍ବାଚନ ଯେପରି ନିର୍ଣାୟକ ପର୍ଯ୍ୟାୟକୁ ବଢ଼ୁଛି, ରାଜନେତାମାନଙ୍କର କଥା କଟାକଟି ଆହୁରି ତୀବ୍ର ହେଉଛି। ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଓ ବିହାର ନିର୍ବାଚନର ସହ-ପ୍ରଭାରୀ କେଶବ ପ୍ରସାଦ ମୌର୍ଯ୍ୟ କଂଗ୍ରେସ ଏବଂ ଆରଜେଡି ଉପରେ
ଜଙ୍ଗଲରାଜ୍ ରିଟର୍ନ୍ସ ପରି     ଦେଖାଯାଏ ରାହୁଲ- ତେଜସ୍ୱୀଙ୍କ ଯୋଡି- କେଶବ ମୌର୍ଯ୍ୟ


ପାଟଣା, 8 ନଭେମ୍ବର (ହି.ସ.)- ବିହାର ନିର୍ବାଚନ

ଯେପରି ନିର୍ଣାୟକ ପର୍ଯ୍ୟାୟକୁ ବଢ଼ୁଛି, ରାଜନେତାମାନଙ୍କର କଥା କଟାକଟି ଆହୁରି ତୀବ୍ର ହେଉଛି। ଉତ୍ତର

ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଓ ବିହାର ନିର୍ବାଚନର ସହ-ପ୍ରଭାରୀ କେଶବ ପ୍ରସାଦ ମୌର୍ଯ୍ୟ କଂଗ୍ରେସ

ଏବଂ ଆରଜେଡି ଉପରେ କଡା ଆକ୍ରମଣ କରି କହିଛନ୍ତି ଯେ, ଦୁନିଆର ସମସ୍ତ ବୋମାଠାରୁ ଅଧିକ ବିପଦଜନକ ବୋମା ଗାନ୍ଧୀ ପରିବାର

ପାଖରେ ଅଛି, ଏବଂ

ସେହି ବୋମାର ପାହାଡ଼ ଉପରେ ରାହୁଲ ଗାନ୍ଧୀ ବସିଛନ୍ତି।

ସେ କହିଛନ୍ତି ଯେ, ପରିସ୍ଥିତି ରାହୁଲ ଗାନ୍ଧୀଙ୍କୁ ଏକ ଆତ୍ମଘାତୀ ନେତାରେ ପରିଣତ

କରିଦେଇଛି ଏବଂ କଂଗ୍ରେସ ପରିବାରକୁ ତାଙ୍କ ଚିନ୍ତା କରିବା ଉଚିତ। ଖଡଗେ ତାହା କରିବେ ଭାବିବା

ମୁସ୍କିଲ। କେଶବ ମୌର୍ଯ୍ୟଙ୍କ ଏହି ଟୀପ୍ପଣୀ କଂଗ୍ରେସ ମଧ୍ୟରେ ମଧ୍ୟ ହଇଚଇ ସୃଷ୍ଟି କରିଛି।

ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱ କଂଗ୍ରେସ ପାଇଁ ରାଜନୈତିକ ଆତ୍ମଘାତ ସାବ୍ୟସ୍ତ

ହେଉଛି। ଗାନ୍ଧୀ ପରିବାର ପାଖରେ ସବୁଠାରୁ ବିପଦଜନକ ବୋମା ଅଛି — ସେଗୁଡ଼ିକ ହେଲା ଅହଂକାର, ଭ୍ରମ ଓ ଅବିବେକ। ଏହି ବୋମାଗୁଡ଼ିକ ପ୍ରତ୍ୟେକ ନିର୍ବାଚନରେ

କଂଗ୍ରେସକୁ ଉଡ଼ାଇଦେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande