ମୋଦିଙ୍କ ଶିଶୁସୁଲଭ ଅନ୍ଦାଜ ଓ ଅଭିଭାବକପଣରେ ଖୁସି ହେଲେ ସ୍କୁଲ ଛାତ୍ର
ବାରଣାସୀ, 8 ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ଦିନିକିଆଆ କାଶୀ ଗସ୍ତର ଦ୍ୱିତୀୟ ଦିନ ଏକ ଭିନ୍ନ ରୂପରେ ଦେଖାଦେଇଥିଲେ । ଏଥର କାଶୀଭ୍ରମଣରେ ସେ ଦେଶର ଭବିଷ୍ୟତ ନାଗରିକ — ଅର୍ଥାତ୍ ସ୍କୁଲ ଶିଶୁମାନଙ୍କ ମଧ୍ୟରେ ଏକ ସ୍ନେହିଳ ଅଭିଭାବକ ଓ ମିତ୍ର
ମୋଦିଙ୍କ ଶିଶୁସୁଲଭ     ଅନ୍ଦାଜ ଓ ଅଭିଭାବକପଣରେ ଖୁସି ହେଲେ ସ୍କୁଲ ଛାତ୍ର


ବାରଣାସୀ, 8 ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ଦିନିକିଆଆ

କାଶୀ ଗସ୍ତର ଦ୍ୱିତୀୟ ଦିନ ଏକ ଭିନ୍ନ ରୂପରେ ଦେଖାଦେଇଥିଲେ । ଏଥର କାଶୀଭ୍ରମଣରେ ସେ ଦେଶର ଭବିଷ୍ୟତ ନାଗରିକ — ଅର୍ଥାତ୍ ସ୍କୁଲ ଶିଶୁମାନଙ୍କ ମଧ୍ୟରେ ଏକ ସ୍ନେହିଳ ଅଭିଭାବକ ଓ

ମିତ୍ର ଭାବେ ଦେଖାଯାଇଥିଲେ।

ବାରଣାସୀ (ମଣ୍ଡୁଆଡିହ) ରେଲୱେ

ଷ୍ଟେସନର ପ୍ଲାଟଫର୍ମ ନମ୍ବର ୮ରୁ ଚାରିଟି “ବନ୍ଦେ ଭାରତ ଟ୍ରେନ”‌କୁ ପତାକା ଦେଖାଇବା ପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦି ବାରଣାସୀରୁ ଖଜୁରାହୋ ଯାଉଥିବା ବନ୍ଦେ ଭାରତ

ଏକ୍ସପ୍ରେସର ଏକ ବଗିରେ ପ୍ରବେଶ କରି ସ୍ଥାନୀୟ ସ୍କୁଲ ଶିଶୁମାନଙ୍କ ସହ ଆତ୍ମୀୟ ସାକ୍ଷାତ କରିଥିଲେ।

ସେ ଶିଶୁମାନଙ୍କ ସହ ମିତ୍ର

ସଦୃଶ ସହଜ ଭାବରେ ଆଲୋଚନା କଲେ, ସେମାନଙ୍କୁ ଅଭିବାଦନ କରି ତାଙ୍କ କନ୍ଧରେ ହାତ ରଖି ସ୍ନେହପୂର୍ଣ୍ଣ କଥା ହେଲେ।

ପ୍ରଧାନମନ୍ତ୍ରୀ ଶିଶୁମାନଙ୍କୁ ତାଙ୍କ ରଚିତ କବିତା ପାଠ କରିବାକୁ କହିଥିଲେ ଏବଂ ଶୁଣିବା ପରେ

ସେମାନଙ୍କୁ ସାବାସି ଦେଇଥିଲେ।

ପ୍ରଧାନମନ୍ତ୍ରୀ

ଶିଶୁମାନଙ୍କ ହାତରେ ଅଙ୍କିତ ଚିତ୍ରଗୁଡିକୁ ମଧ୍ୟ ଦେଖି ପ୍ରଶଂସା କରିଥିଲେ। ପିଏମ ମୋଦି ସାରଙ୍କ

ଏହି ସ୍ନେହମୟ ଅନୁଭବ ଶିଶୁମାନଙ୍କୁ ବହୁତ ଭଲ ଲାଗିଥିଲା।

ପ୍ରଧାନମନ୍ତ୍ରୀଙ୍କୁ

ସାକ୍ଷାତ୍ କରିବା ପରେ ଛାତ୍ରଛାତ୍ରୀମାନେ ଖୁସିରେ ଆତ୍ମହରା ହୋଇପଡିଥିଲେ — ସେମାନେ ସେହି ଛବିଗୁଡିକୁ ନିଜ ପରିବାରକୁ ପଠାଇଥିଲେ। ସୋସିଆଲ

ମିଡିଆରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଏହି ସରଳ ଓ ସ୍ନେହପୂର୍ଣ୍ଣ ଆନ୍ତରିକତାର ଭିଡିଓ ଓ ଫଟୋ

ଚର୍ଚ୍ଚାରେ ରହିଛି।

ଶିଶୁମାନେ ଥିବା ବଗିରେ ବୁଲିବା

ପରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକୋ ପାଇଲଟ୍‌ଙ୍କୁ ଭେଟିଥିଲେ, ଟ୍ରେନର ଇଞ୍ଜିନରେ ପ୍ରବେଶ କରି ସେମାନଙ୍କ ସହ ଆଲୋଚନା କରିଥିଲେ ଓ

ଟ୍ରେନ ଚାଳନା ବିଷୟରେ ପଚାରି ବୁଝିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande