ସଂସ୍କୃତ ଭାରତୀର ଅଖିଳ ଭାରତୀୟ ଅଧ୍ୟକ୍ଷ ହେବେ ଡ.ରମେଶ କୁମାର ପାଣ୍ଡ୍ୟେ
କୋଏମ୍ବାଟୁର, 8 ନଭେମ୍ବର (ହି.ସ.)- ସଂସ୍କୃତ ଭାଷାକୁ “ଜନ-ଜନ ପର୍ଯ୍ୟନ୍ତ” ପହଞ୍ଚାଇବା ଓ “ଗୃହେ ଗୃହେ ପ୍ରତି ସଂସ୍କୃତମ୍” ଏହି ଲକ୍ଷ୍ୟକୁ ସାକାର କରୁଥିବା ସଂସ୍କୃତ ଭାରତୀର ଅଖିଲ ଭାରତୀୟ ଅଧିବେଶନ ଏବେ ତାମିଲନାଡୁର କୋଏମ୍ବାଟୁର ଅମୃତ ବି
ସଂସ୍କୃତ ଭାରତୀର ଅଖିଳ     ଭାରତୀୟ ଅଧ୍ୟକ୍ଷ ହେବେ ଡ.ରମେଶ କୁମାର ପାଣ୍ଡ୍ୟେ


କୋଏମ୍ବାଟୁର, 8 ନଭେମ୍ବର (ହି.ସ.)- ସଂସ୍କୃତ

ଭାଷାକୁ “ଜନ-ଜନ ପର୍ଯ୍ୟନ୍ତ” ପହଞ୍ଚାଇବା

ଓ “ଗୃହେ ଗୃହେ ପ୍ରତି ସଂସ୍କୃତମ୍” ଏହି

ଲକ୍ଷ୍ୟକୁ ସାକାର କରୁଥିବା ସଂସ୍କୃତ ଭାରତୀର ଅଖିଲ ଭାରତୀୟ ଅଧିବେଶନ ଏବେ ତାମିଲନାଡୁର କୋଏମ୍ବାଟୁର

ଅମୃତ ବିଶ୍ୱବିଦ୍ୟାପୀଠରେ ଚାଲିଛି।

ଅଧିବେଶନର ଦ୍ୱିତୀୟ ଦିନରେ

କ୍ରୀଡୋତ୍ସବ ସହ ଅଧିବେଶନର ଆରମ୍ଭ ହୋଇଥିଲା। ପ୍ରଥମ ସଭାରେ ଆଞ୍ଚଳିକ ସ୍ତରର ବୃତ୍ତ କଥନ ସହ

ନୂତନ ଅଖିଲ ଭାରତୀୟ ଅଧ୍ୟକ୍ଷଙ୍କ ଘୋଷଣା କରାଯାଇଥିଲା।

ଲାଲ ବାହାଦୁର ଶାସ୍ତ୍ରୀ

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀର

ପୂର୍ବତନ କୁଳପତି ଡ଼ା. ରମେଶ କୁମାର ପାଣ୍ଡେୟଙ୍କୁ ସଂଗଠନର ଅଖିଲ ଭାରତୀୟ ଅଧ୍ୟକ୍ଷ ଭାବରେ ନିଯୁକ୍ତ

କରାଯାଇଛି। ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରତିନିଧି ଓ କର୍ମୀମାନେ ତାଙ୍କୁ ସ୍ୱାଗତ

କରିଥିଲେ।

ଡ଼ା. ପାଣ୍ଡେୟ ମୂଳତଃ

ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାର ବାସିନ୍ଦା ଏବଂ ଦେଶର ପ୍ରମୁଖ ସଂସ୍କୃତ ବିଦ୍ୱାନମାନଙ୍କ

ମଧ୍ୟରେ ଗଣନୀୟ। ସେ ତିନି ଦଶକ ଠାରୁ ଅଧିକ ସମୟ ଧରି ସଂସ୍କୃତ ଭାଷା, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ସକ୍ରିୟ ଅଛନ୍ତି।

ସେ କେବଳ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇନାହାନ୍ତି, ବରଂ ଅନେକ ପ୍ରତିଷ୍ଠିତ ଶିକ୍ଷା ସଂସ୍ଥାନରେ ନେତୃତ୍ୱ ଭୂମିକା ମଧ୍ୟ ନିଭାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande