
କୁପୱାଡା, 8 ନଭେମ୍ବର (ହି.ସ.)- କଶ୍ମୀରର କୁପୱାଡା ଜିଲ୍ଲାର କେରନ୍
ସେକ୍ଟରରେ ସୀମା ପାର୍ଶ୍ୱରୁ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ
ସୁରକ୍ଷାବଳ ଏହି ଚେଷ୍ଟାକୁ ବିଫଳ କରି ଦୁଇଜଣ ଆତଙ୍କବାଦୀଙ୍କୁ ମାରିଛନ୍ତି। ସେନା ଅଧିକାରୀମାନେ
ଶନିବାର ଏହି ସୂଚନା ଦେଇଛନ୍ତି।
ଏକ୍ସ ପୋଷ୍ଟରେ ଚିନାର କୋର୍ପ୍ସ–ଭାରତୀୟ ସେନା
ଲେଖିଛି ଯେ, ଚାଲୁଥିବା
ଅଭିଯାନରେ ସୁରକ୍ଷାବଳ ଦୁଇଜଣ ଆତଙ୍କବାଦୀଙ୍କୁ ମାରି ହତ୍ୟା କରିଛି ଏବଂ ଅଞ୍ଚଳରେ ତଲାସୀ
କାର୍ଯ୍ୟ ଜାରି ରହିଛି।
ଏଜେନ୍ସି ପକ୍ଷରୁ ଆତଙ୍କବାଦୀମାନଙ୍କ ଦ୍ୱାରା ଅନୁପ୍ରବେଶ
ଯୋଜନା ଉଦ୍ୟମ ବିଷୟରେ ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ମିଳିବା ପରେ ଏକ ମିଳିତ ଅଭିଯାନ ଆରମ୍ଭ
କରାଯାଇଥିଲା। ସେନା ଯବାନମାନେ ସନ୍ଦିଗ୍ଧ କାର୍ଯ୍ୟକଳାପ ଦେଖିଥିଲେ ଏବଂ ଆତଙ୍କବାଦୀମାନଙ୍କ
ପକ୍ଷରୁ ଗୁଳିବର୍ଷା ହେବା ପରେ ସେମାନଙ୍କ ସହିତ ମୁହାଁମୁହିଁ ସଂଘର୍ଷ ହୋଇଥିଲା। ଅଭିଯାନ ଏପର୍ଯ୍ୟନ୍ତ
ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା