ଉତରାଖଣ୍ଡର ବାଗେଶ୍ୱରରେ ୩.୬ ତୀବ୍ରତାର ଭୂମିକମ୍ପ
ଡେରାଡୁନ୍‌, ୯ ନଭେମ୍ବର (ହିସ)- ରବିବାର ଅପରାହ୍ନରେ ଉତରାଖଣ୍ଡର ବାଗେଶ୍ୱର ଜିଲ୍ଲାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଅପରାହ୍ନ ୨ ଘଂଟା ୪୦ ମିନିଟ୍ ୦୪ ସେକେଣ୍ଡ (ଭାରତୀୟ ମାନକ ସମୟ) ରେ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬
ଉତରାଖଣ୍ଡର ବାଗେଶ୍ୱରରେ ୩.୬ ତୀବ୍ରତାର ଭୂମିକମ୍ପ


ଡେରାଡୁନ୍‌, ୯ ନଭେମ୍ବର (ହିସ)- ରବିବାର ଅପରାହ୍ନରେ ଉତରାଖଣ୍ଡର ବାଗେଶ୍ୱର ଜିଲ୍ଲାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଅପରାହ୍ନ ୨ ଘଂଟା ୪୦ ମିନିଟ୍ ୦୪ ସେକେଣ୍ଡ (ଭାରତୀୟ ମାନକ ସମୟ) ରେ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ବାଗେଶ୍ୱର ଅଂଚଳରେ ୩୦.୦୨ଡିଗ୍ରୀ ଉତର ଅକ୍ଷାଂଶ ଏବଂ ୭୯.୯୫ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା। ଏହାର ଗଭୀରତା ୧୦ କିଲୋମିଟର ଥିଲା। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ କହିଛି ଯେ ଏହି ସମୟରେ କୌଣସି କ୍ଷୟକ୍ଷତି କିମ୍ବା ଜନ ଜୀବନ କ୍ଷତିର ରିପୋର୍ଟ ହୋଇନାହିଁ।

---------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande