



ବଲାଙ୍ଗିର, ୯ ନଭେମ୍ବର (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ବିଭାଗର ବିଭାଗ ବୈଠକ ବଲାଙ୍ଗିର ସ୍ଥିତ ସର୍କିଟ ହାଉସରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରୀୟ ପ୍ରବାସରେ ଆସିଥିବା ଉତ୍ତର କ୍ଷେତ୍ରର କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଗୌରବ ଅତ୍ରି ଜୀ ପୂର୍ଣ୍ଣ ସମୟ ଉପସ୍ଥିତ ରହି ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଛାତ୍ର ନେତୃତ୍ୱ ମାନଙ୍କ ସହ ଅନେକ ସାଂଗଠନିକ ବିଷୟରେ ଆଲୋଚନା କରିଛନ୍ତି। ବଲାଙ୍ଗିର ସୋନପୁର ବୌଦ୍ଧ ଜିଲ୍ଲାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପ୍ରଭାବ ସଂଗଠନ ରୂପ ନେବା ସହ ବିଭିନ୍ନ ଆୟାମ କାମ ରେ ମଧ୍ୟ ସୃଦୃଢ଼ ହେବ ପାଇଁ ତା ପୂର୍ବ ପ୍ରସ୍ତୁତି କରାଯାଇଛି। ଏହି ୨୦୨୫-୨୬ ଶିକ୍ଷାବର୍ଷରେ ଏପର୍ଯ୍ୟନ୍ତ ୧୧୦୦୦ ରୁ ବିଦ୍ୟାର୍ଥୀ ବଲାଙ୍ଗିର ବିଭାଗ ରେ ନୂଆ ସଦସ୍ୟତା ନେଇ ସାରିଛନ୍ତି, ବିଭିନ୍ନ ମହାବିଦ୍ୟାଳୟରେ କଲେଜ ଶାଖା ଗଠନ ଓ ପ୍ରତି ବ୍ଳକ ରେ ନଗର ସମ୍ମିଳନୀ କରାଯାଉଛି। ଆଗାମୀ ଦିନରେ ବଲାଙ୍ଗିର ବିଭାଗ ଅଭ୍ୟାସ ବର୍ଗ , ନଭେମ୍ବର ୧୫ ରେ ଜନଜାତି ଗୌରବ ଦିବସ, ନଭେମ୍ବର ୧୯ ରେ ସ୍ତ୍ରୀ ଶକ୍ତି ଦିବସ , ଡିସେମ୍ବର ୬ ରେ ରାଷ୍ଟ୍ରୀୟ ସମରସତା ଦିବସ , ରାଷ୍ଟ୍ରୀୟ ଅଧିବେଶନ ରେ ପ୍ରତିନିଧିତ୍ଵ, ରାଜ୍ୟ ଅଧିବେଶନ ରେ ପ୍ରତିନିଧିତ୍ଵ, ଜାନୁଆରୀ ୧୨ ରେ ରାଷ୍ଟ୍ରୀୟ ଯୁବ ଦିବସ ଏପରି ଅନେକ କାର୍ଯ୍ୟକ୍ରମ ମାନଙ୍କରେ ବିଦ୍ୟାର୍ଥୀ ପରିଷଦ ବିଦ୍ୟାର୍ଥୀ ମାନଙ୍କୁ ରାଷ୍ଟ୍ର ନିର୍ମାଣ ରେ ସାମିଲ କରିବ ବୋଲି ବିଭାଗ ସଂଯୋଜକ ମତ ରଖିଛନ୍ତି।
ଏହି ବୈଠକ ରେ ବିଭାଗ ପ୍ରମୁଖ ରବିନ୍ଦ୍ର କୁମାର ମେହେର, ବିଭାଗ ସଂଯୋଜକ ମଞ୍ଜିତ କୁମାର କର୍ମି, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ ଜ୍ୟୋତି ରାଉତ, ବିଭାଗ ସଂଗଠନ ସଂପାଦକ ବିକାଶ ସାହୁ, ବଲାଙ୍ଗିର ଜିଲ୍ଲା ପ୍ରମୁଖ ପ୍ରଶାନ୍ତ ବେହେରା, ବଲାଙ୍ଗିର ଜିଲ୍ଲା ସହ ସଂଯୋଜକ ଶୁଭାଶିଷ ପାଣୀ, ବୌଦ୍ଧ ଜିଲ୍ଲା ସଂଯୋଜକ ପ୍ରତ୍ୟୁଶ ରଞ୍ଜନ ଦାନୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଫୁଲ୍ଲ ଥାଟି, ବଲାଙ୍ଗିର ନଗର ସମ୍ପାଦକ ତେଜରାଜ ସାହୁ, ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଛାତ୍ର ନେତା ଆକାଶ କମ୍ପ ଓ ଅନେକ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ