ରାଜ୍ୟ ସ୍ତରୀୟ ଆମ ପରିବାରର ସେବା ମୂଳକ କାର୍ଯ୍ୟ ଗୀତା,ଅଭାବୀଙ୍କୁ ବସ୍ତ୍ର ଓ ପ୍ରତିଭା ସମ୍ବର୍ଦ୍ଧନା ଦିଆଗଲା
ଭଦ୍ରକ, ୯ ନଭେମ୍ବର (ହି.ସ.) - ଶ୍ରୀମଦ୍ ଭାଗବତ ଗୀତା ଭାରତର ଶ୍ରେଷ୍ଠ ଦର୍ଶନ ଶାସ୍ତ୍ର । ଏହା ବିଦେଶୀ ଗବେଷକଙ୍କ ଦ୍ୱାରା ଆଦୃତ ହୋଇପାରିଛି । ଜଗନ୍ନାଥଙ୍କ ସେବାରେ ଭଗବତ ଗୀତା ଏକ ସମ୍ବିଧାନ ରୂପେ କାର୍ଯ୍ୟ କରୁଛି ବୋଲି ପ୍ରମାଣ କରେ । ଅନ୍ୟ କ୍ଷେତ୍ର ମାନଙ୍କ ଠାରୁ ଶ୍ରୀକ୍ଷେତ୍ର ଭିନ୍ନ ରୀତି ନୀତ
AMA PARIBARA AWARD PHOTO


ଭଦ୍ରକ, ୯ ନଭେମ୍ବର (ହି.ସ.) - ଶ୍ରୀମଦ୍ ଭାଗବତ ଗୀତା ଭାରତର ଶ୍ରେଷ୍ଠ ଦର୍ଶନ ଶାସ୍ତ୍ର । ଏହା ବିଦେଶୀ ଗବେଷକଙ୍କ ଦ୍ୱାରା ଆଦୃତ ହୋଇପାରିଛି । ଜଗନ୍ନାଥଙ୍କ ସେବାରେ ଭଗବତ ଗୀତା ଏକ ସମ୍ବିଧାନ ରୂପେ କାର୍ଯ୍ୟ କରୁଛି ବୋଲି ପ୍ରମାଣ କରେ । ଅନ୍ୟ କ୍ଷେତ୍ର ମାନଙ୍କ ଠାରୁ ଶ୍ରୀକ୍ଷେତ୍ର ଭିନ୍ନ ରୀତି ନୀତିରେ ଚାଲେ, ଶ୍ରୀ ଜଗନ୍ନାଥ ପ୍ରଥମେ ଆମ ସମସ୍ତଙ୍କ ପରିବାରର ହୋଇଥିବା ବେଳେ ଆମ ପରିବାର ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଆମ ସମସ୍ତଙ୍କ ପାଇଁ ମାର୍ଗଦର୍ଶକ ସାଜୁ ବୋଲି ପୁରୀ ଶ୍ରୀ ମନ୍ଦିର ମହାନାୟକ ରାମଚନ୍ଦ୍ର ବଡପଣ୍ଡା ସାମନ୍ତ ଆଜି ଭଦ୍ରକ ଜିଲ୍ଲା ନିମାପଡାସ୍ଥିତ କପାଳୀ କ୍ଷେତ୍ରରେ ଆୟୋଜିତ ସାଧୁ ସମାବେଶ,ଧର୍ମ ଓ ସେବାମୂଳକ କାର୍ଯ୍ୟରେ ଯୋଗଦେଇ ମାର୍ଗଦର୍ଶନ କରିଥିଲେ । ଏହି ଅନୁଷ୍ଠାନ ସାଧୁ, ଦିବ୍ୟାଙ୍ଗ ଓ କିନ୍ନର ସମାଜକୁ ନେଇ ଦୀର୍ଘ ବର୍ଷର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ସାତକୋଷିଆ ଭୈରବ କୁଣ୍ଡର ସାଧୁ ଶ୍ରୀ ଶ୍ରୀ ଭୈରବା ନନ୍ଦ ଜୀ ମହାରାଜ ତାଙ୍କ ବକ୍ତବ୍ୟରେ ଭାରତର ଚାରିଧାମ ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠା କରାଯାଇଛି । ଏହାକୁ ଜନ ପ୍ରସିଦ୍ଧି ପାଇଁ ଶଙ୍କରାଚାର୍ଯ୍ୟ ତୀର୍ଥ ରୂପେ ପ୍ରଚାର କଲେ । ଶ୍ରୀ ଜଗନ୍ନାଥ ବୈଦିକ କାଳରୁ ଅଛନ୍ତି ଏବଂ ଶ୍ରୀକ୍ଷେତ୍ରକୁ ସର୍ବଶ୍ରେଷ୍ଠ ଧାମର ମାନ୍ୟତା ଦିଆଯାଇଛି । ସେହିପରି ଆମ ପରିବାରର ସେବା, ଧର୍ମ ଓ ମାନବ ପ୍ରେମକୁ ଜଗନ୍ନାଥଙ୍କ ସହିତ ଏକୀଭୂତ କରି ସର୍ବତ୍ର ପ୍ରଚାର କାର୍ଯ୍ୟକୁ ଜାରି ରଖିବାକୁ ସେ କହିଥିଲେ । ଆମ ପରିବାରର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହଙ୍କ ମଞ୍ଚ ସଞ୍ଚାଳନରେ ଅନ୍ୟତମ ଅତିଥି ଭାବେ ଭୁବନେଶ୍ୱର ଗୀତା ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଡ.ମନ୍ମଥ ରାଉଳ,ଭଦ୍ରକର ବିଶିଷ୍ଟ ସମାଜସେବିକା ମମତା ମହାନ୍ତି, ଓଡିଶା ହାଇକୋର୍ଟର ବରିଷ୍ଠ ଆଇନ୍‌ଜିବୀ ନିରୋଦ କୁମାର ଦାଶ, ଓଡିଶା ସନ୍ଥ ସୁରକ୍ଷା ମିଶନର ସଭାପତି ସ୍ୱାମୀ ବିଷ୍ଣୁଗିରି ମହାରାଜ, ସୁ ସାହିତ୍ୟିକ ଗଣେଶ ପ୍ରସାଦ କରଶର୍ମା,ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକ୍‌, ପ୍ରବଚକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ସୀତାରାମ ବାବା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆମ ପରିବାରର ସେବା ମୂଳକ କାର୍ଯ୍ୟକୁ ମହାନ୍ ବୋଲି କହିଥିଲେ । ଆଦର୍ଶ ଶିକ୍ଷକ ଅଜୟ କୁମାର ପୃଷ୍ଟି ଅତିଥିଙ୍କୁ ମଞ୍ଚ ଆହ୍ୱାନ ସହ ବକ୍ତବ୍ୟ ରଖିଥିବା ବେଳେ ଶେଷରେ ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ସପ୍ତଶ୍ଳୋକୀ ଗୀତା ବଣ୍ଟନ, ଅଭାବୀ ଲୋକଙ୍କୁ କମ୍ବଳ, ବିଧାବା ଙ୍କୁ ଶାଢୀ, ବୟସ୍କ ବୃଦ୍ଧଙ୍କୁ ଧୋତି, ବୃକ୍ଷ ବଣ୍ଟନ ଆଦି ବଡ ପଣ୍ଡାଙ୍କ ଦ୍ୱାରା କରାଯାଇଥିଲା । ଆମ ପରିବାରର ସମ୍ପାଦକ ସତ୍ୟବ୍ରତ ଜେନାଙ୍କ ପରିଚାଳନାରେ ପ୍ରତିଭ ସମ୍ବର୍ଦ୍ଧନା ସଭାକୁ ଉପସ୍ଥାପିକା କାଦମ୍ବିନୀ କରଶର୍ମା ପରିଚାଳନା କରିଥିଲେ । ସହ-ସମ୍ପାଦକ ଜଗନ୍ନାଥ ଜେନା,ସୁବୋଧ କୁମାର ସାହୁ, ରଞ୍ଜନ ଜେନା, ରମେଶ ଚନ୍ଦ୍ର ସାହୁ, ସୁରେଶ ବିଶ୍ୱାଳ, ନିଲୁ ବିଶ୍ୱାଳ, ପ୍ରଦୀପ ଜେନା, ନମିତା ବେହେରା, ସୁଭେନ୍ଦୁୁ ବେହେରା , ଲକ୍ଷ୍ମିପ୍ରିୟା ସାହୁ ପ୍ରମୁଖ ସହଯୋଗ କରିଥିଲେ

ାହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande