ଭାରତୀ ସମାଜ ରାଷ୍ଟ୍ରଗାନର ଦେଢଶହ ବର୍ଷ ପୂର୍ତି : ବନ୍ଦେ ମାତରମ ଦେଶ ବାସୀଙ୍କ ଏକତାର ସୂତ୍ରଧର
ଭାରତୀ ସମାଜ ରାଷ୍ଟ୍ରଗାନର ଦେଢଶହ ବର୍ଷ ପୂର୍ତ୍ତି : ବନ୍ଦେ ମାତରମ ଦେଶ ବାସୀଙ୍କ ଏକତାର ସୂତ୍ରଧର
ଭାରତୀ ସମାଜ ରାଷ୍ଟ୍ରଗାନର ଦେଢଶହ ବର୍ଷ ପୂର୍ତ୍ତି : ବନ୍ଦେ ମାତରମ ଦେଶ ବାସୀଙ୍କ ଏକତାର ସୂତ୍ରଧର


ସମ୍ବଲପୁର, ୦୯ ନଭେମ୍ବର (ହି.ସ.) ଭାରତୀ ସମାଜ ପକ୍ଷରୁ ରବିବାର ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ପରିସରରେ ରାଷ୍ଟ୍ରଗାନ ବନ୍ଦେ ମାତରମର ଦେଢଶହ ବର୍ଷ ପୂର୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତୀ ସମାଜର ବରିଷ୍ଠ ସଦସ୍ୟ ଗଦାଧର ନିଆଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଗ୍ରାମପମଚାୟତ ଅଧିକାରୀ ଟିକେଲାଲ କୁମ୍ଭାର ଅତିଥି ଭାବରେ ଯୋଗ ଦେଇଥିଲେ । ଭାରତୀ ସମାଜ ର ସଂଚାଲକ ଭବାନୀଶ ଭୋଇ ଆଲୋଚକ ଭାବେ ଯୋଗଦେଇ ବନ୍ଦେ ମାତରଂ ଗୀତ ସହ ଜାତୀୟତା ଭାବନା ଯୋଡି ହୋଇ ରହିଥିବା କହିଥିଲେ। କାର୍ଯ୍ୟକ୍ରମରେ ଭାରତୀୟ ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧି ବନ୍ଦେ ମାତରମ ଗୀତର ମହତ୍ୱ୍ ଉପର ଆଳୋଚନା କରାଯାଇଥିଲା । ବନ୍ଦେ ମାତରମ ଦେଶ ବାସୀଙ୍କୁ ଦେଢଶହ ବର୍ଷ ହେବ ଏକତାର ସୂତ୍ରରେ ବାନ୍ଧି ରଖଥିବା ଅତିଥି ମାନେ ମତ ଦେଇଥିଲେ । ବର୍ତମାନ ସମୟରେ ମଧ୍ୟ ଦେଶରେ ଜାତି, ପ୍ରାନ୍ତ, ଭାଷା ନାମରେ ବିଭେଦ ସୃଷ୍ଠୀ କରାଯାଉଥିବା ନେଇ ସଜାଗ ରହିବାକୁ ଆହ୍ୱାନ କରାଯାଇଥିଲା । ପୁଣିଥରେ ଭାରତୀ ଜାତୀୟତାକୁ ଅଧିକ ମଜବୁତ କରିବାର ଆବଶ୍ୟକତା ରହିଥିବା ଆଳୋଚନା କରାଯାଇଥିଲା । ଭାରତୀୟ ସଂସ୍କୃତି ପାଂଚହଜାରରୁ ଅଧିକ ବର୍ଷ ପୁରୁଣା ହୋଇଥିବା ସତ୍ୱେ ଯୁବପିଢି ନିଜ ସଂସ୍କୃତି ଏବଂ ପରମ୍ପରାକୁ ଠିକ ଭାବେ ବୁଝିବା ସହ ଏହାର ସୁରକ୍ଷା ଏବଂ ପ୍ରଚାର ପ୍ରସାର ପାଇଁ କାଯର‌୍ୟ କରିବାକୁ ଆହ୍ୱାନ କରାଯାଇଥିଲା । ଚଳିତ ବର୍ଷ ଭାରତୀ ସମାଜ ସ୍ଥାପନର ୨୫ ବର୍ଷ ପୂର୍ତି ଅବସରରେ ବର୍ଷ ତମାମ ବିିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଉପରେ ଆଳୋଚନା କରାଯାଇଥିଲା । ବିଶେଷ କରି ଦେଶର ବିଭିନ୍ନ ଜାତି ସମାଜ ମଧ୍ୟ ସମନ୍ୱୟ ରକ୍ଷା କରି ଜାତିବାଦ ବିରୋଧରେ ସଚେତନତା ସୃଷ୍ଠୀ କରିବାକୁ ବୈଠକରେ ଆଳୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଭାରତୀ ସମାଜର ଶିବ ଶଙ୍କର ନାଥ, ପ୍ରେମ ସାହାଣୀ, ଚିନ୍ମୟ ଗଡତିଆ, ସୁବ୍ରତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande