
କେନ୍ଦୁଝର, ୯ ନଭେମ୍ବର (ହି.ସ.)- ଆଜି କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳ ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ନେତୃତ୍ବରେ ସଦରମହକୁମା ସ୍ଥିତ ଟାଉନ ଥାନା ସନ୍ନିକଟ ବିଜୁ ପଟ୍ଟନାୟକ ଛକ ଠାରୁ ବିଶାଳ ଶୋଭାଯାତ୍ରା ଆରମ୍ଭ କରି ନଗରପରିକ୍ରମା ହୋଇଥିଲା । ଶୋଭାଯାତ୍ରା ଆରମ୍ଭ କରିବା ପୂର୍ବରୁ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ଦଳୀୟ ବରିଷ୍ଠ ନେତୃବର୍ଗ, କର୍ମୀଙ୍କ ସମେତ ଶତାଧିକ ସମର୍ଥକ ଏହି ବିଶାଳ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ।
ଏଥିରେ ପୂର୍ବତନ ସଭାପତି ମାଧବ ସର୍ଦାର, ନଗର ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, ସଦର ବ୍ଲକ ସଭାପତି ଚକ୍ରଧର ପରିଡା, ମୁନିସିପାଲିଟି ଉପାଧ୍ଯକ୍ଷ ବୋରଦା ପ୍ରସନ ଦାସ, ଜିଲ୍ଲା ପରିଷଦର ସଦସ୍ୟ ରଥ ମୁଣ୍ଡା, କମଳିନୀ ମହାକୁଡ଼, ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ, ମୀନା ମାଝୀ, ବରିଷ୍ଠ ଉପସଭାପତି ପ୍ରମୋଦ ପଟ୍ଟନାୟକ, କାଉନସିଲର ଶରତ ସାହୁ, ଭଗବାନ ନାଏକ, ଅଭିଷେକ ମିଶ୍ର, କେକୀକାକଲି କୁମୁରା, ଦୟାନିଧୂ ପାତ୍ର, ବରିଷ୍ଠ ନେତା କୈଳାସ ନାଏକ, ସତ୍ୟବ୍ରତ ନାଏକ, ମନସୁର ଆଲାମ, ପ୍ରଭଞ୍ଜନ ପଟ୍ଟନାୟକ, ଯୁବନେତା ଜଗଦୀଶ ଆପଟ, ବାବି ପଟ୍ଟନାୟକ, ସଫିକ୍, ଦେବୁ ପଟ୍ଟନାୟକ, ଗଦାଧର ପଟ୍ଟନାୟକ, ଧନୁର୍ଜୟ ମହାନ୍ତି, ସତ୍ୟ ନାଏକ, ବାସୁଦେବ ଜେନା, ପରମେଶ୍ବର ବାରିକ, କୁଳମଣି ସିଂ, ନାରାୟଣ ନାଏକ, ବସନ୍ତ କୁମାର ସାହୁ, ରୁନୁ ମହାଳିକ, ଝୁନୁ ଦାସ, କୁମୁଦିନୀ ନାଏକ, ରଶ୍ମି ମଲିକ, ଅଜୟ ଘଡେଇ, ଅରୁଣ ମନ୍ତ୍ରୀ, ପ୍ରତାପ ମହାକୁଡ଼, ଟିକିନା ବ୍ରହ୍ମ, ନାରୀ ନେତ୍ରୀ ପୁନମ କୁମାରୀ, ମଞ୍ଜୁଲତା ନାୟକ, ଗୀତାଞ୍ଜଳି ମହାନ୍ତି, ଗୀତାଞ୍ଜଳି ପରିଡା, ଟିକି ମଲ୍ଲିକଙ୍କ ସମେତ ଶତାକ ସମର୍ଥକମାନେ ବିଶାଳ ସଭା ଯାତ୍ରାରେ ସାମିଲ୍ ହୋଇ ଜନସମ୍ପର୍କ ପଦଯାତ୍ରା ସାଫଲ୍ୟ ମଣ୍ଡିତ କରିଥିଲେ।
ପଦଯାତ୍ରା ସମାପନ ପରେ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ ବରିଷ୍ଠ ନେତୃବର୍ଗମାନଙ୍କୁ ବିଜେଡି ଦଳର ଆଭିମୁଖ୍ୟକୁ ଜନସାଧାରଣଙ୍କ ସମ୍ମୁଖରେ ପ୍ରକାଶ କରିବା ନିମନ୍ତେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିବା ପାଇଁ କହିଥିଲେ। ସର୍ବଶେଷରେ ଜନସମ୍ପର୍କ ପଦଯାତ୍ରା ସମାପନ କରି ନିସ୍ବାର୍ଥପର ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA