ସାଇବର ସଚେତନତା ରଥ କୁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ଭବ୍ୟ ସ୍ବାଗତ
ସୁବର୍ଣ୍ଣପୁର, 9 ନଭେମ୍ବର (ହି.ସ.)ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ନଳିନୀ ଛକ ଠାରେ ସାଇବର ସଚେତନତା ରଥ କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଛି l ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାଏକ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପଧାନ ଯୋଗ ଦେଇ ସବୁଜ ପତା
ସାଇବର ସଚେତନତା ରଥ କୁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ଭବ୍ୟ ସ୍ବାଗତ


ସୁବର୍ଣ୍ଣପୁର, 9 ନଭେମ୍ବର (ହି.ସ.)ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ନଳିନୀ ଛକ ଠାରେ ସାଇବର ସଚେତନତା ରଥ କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଛି l ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାଏକ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପଧାନ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହାର ଶୁଭ ଉଦଘାଟନ କରିଥିଲେ l ଆଜି ଠାରୁ ଆସନ୍ତା ୧୭ ତାରିଖ ଯାଏ ଏହି ସଚେତନତା ରଥ ପ୍ରତି ବ୍ଲକ ଓ ପଞ୍ଚାୟତ କୁ ଯାଇ ଲୋକ ଙ୍କୁ ସଚେତନ କରିବ l ସାଇବର ଠକେଇ ରୁ ନିଜ କୁ ଦୂରେଇ ରଖିବାକୁ ଓ ପୁରା ସାବଧାନ ହୋଇ ନିଜର ର କଷ୍ଟ ଲବ୍ଧ ଅର୍ଥ କୁ ସୁରକ୍ଷିତ ରଖିବାକୁ ଏସପି ଶ୍ରୀ ନାଏକ ଓ ଏ ଡି ଏମ୍ ଶ୍ରୀମତୀ ପଧାନ ଆଜି ସହର ଓ ଜିଲ୍ଲା ବାସୀ ଙ୍କୁ ରୟାଲ ପଡିଆ ଠାରେ ଆୟୋଜିତ ଏକ ସଚେତନତା ସଭା ରେ ନିବେଦନ କରିଛନ୍ତି l ଆଜି ଏହି ଅବସର ରେ ସକାଳ ୭ ଟାରେ ନଳିନୀ ଛକ ରୁ ରୟାଲ ପଡିଆ ଯାଏ ଏକ ୱାକଥନ ଶୋଭା ଯାତ୍ରା ଅନୁଷ୍ଟିତ ହୋଇଥିଲା l ଆଜିର ଏହି କାର୍ଯ୍ଯ କ୍ରମ ରେ ଏସପି, ଏ ଡି ଏମ୍ ଙ୍କ ସମେତ ଅତିରିକ୍ତ ଏସପି ଶ୍ରୀ କେ. ହରି ପ୍ରସାଦ, ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ଋଷି ମାଝୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, ଡି ଏସ ପି ରେଣୁକା ସୁନା, ସମସ୍ତ ଡି ଏସ ପି, ଏସ ଡି ପି ଓ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ସୋନପୁର ଥାନା ଭାରପ୍ରାପ୍ତ ଅଧିକାରୀ ତାପସ ଭୋଇ, ପୋଲିସ୍ ଆର ଆଇ ଶ୍ରୀ କାହୁଁ ଚରଣ ମାରାଣ୍ଡି, ହୋମ ଗାର୍ଡ ଆର ଆଇ ଭକ୍ତ ବନ୍ଧୁ ସେଠ, ପୋଲିସ୍ ସର୍ଜନ ନୀଳକଣ୍ଠ କହଁର ପ୍ରମୁଖ ସମସ୍ତ କର୍ମ ଚାରୀ ଯୋଗ ଦେଇଥିଲେ l ସୋନପୁର କଲେଜ ଏନ ସି ସି, ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ, ଅଦିତି କଲେଜ, ସୁକାନ୍ତି ଇଣ୍ଟର ନେସନାଲ ସ୍କୁଲ, କୋଶଳ ହାଇସ୍କୁଲ୍, ସାହାରା ହାଇସ୍କୁଲ୍, ମହାରାଜା ହାଇସ୍କୁଲ, ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରମୁଖ ସହର ର ବହୁ ଶିକ୍ଷା ଅନୁଷ୍ଠାନ ର ଛାତ୍ର ଛାତ୍ରୀ , ମିଡ଼ିଆ ଓ ବୁଦ୍ଧିଜୀବି ଏହି କାର୍ଯ୍ଯ କ୍ରମ ରେ ଯୋଗ ଦେଇ ଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande