
ଭୁବନ, ୯ ନଭେମ୍ବର (ହି.ସ.)- ଭୁବନ ଥାନା ତରଫରୁ ସାଇବର ସୁରକ୍ଷା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଲୋକ ମାନଙ୍କୁ ସାଇବର ଠକେଇ ନେଇ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାମାକ୍ଷା ନଗର ଏସଡିପିଓ ରଜନୀକାନ୍ତ ସାମଲଙ୍କ ସମେତ ଭାରପ୍ରାପ୍ତ ଥାନାଧିକାରୀ ସୁବ୍ରତ କୁମାର ସାହୁ, ଦୀପକ ମର୍ଦ୍ଦରାଜ ଭୂୟାଁ, ମାନସ ନାୟକ, ଜ୍ୟୋତି ସିଂ, ବରିଷ୍ଠ ନାଗରିକ ଟ୍ରଷ୍ଟ ସଭାପତି ରଥ ସେଠୀ, ଦୂର୍ଗା ପ୍ରସାଦ ପୃଷ୍ଟି ପ୍ରମୁଖ ଯୋଗଦେଇ ଅଜଣା ଫୋନ୍ କଲ୍ ରୁ ଦୂରେଇ ରହିବ, କାହାକୁ ଓଟିପି ନ ଦେବା, ଅଜଣା ଆପ୍ ରେ କୌଣସି ତଥ୍ୟ ନ ଦେବା, ଭିଡିଓ କଲ୍ ମାଧ୍ୟମରେ ନିଜର ଅନ୍ତରଙ୍ଗ ଫଟୋ ଠାରୁ ଦୂରେଇ ରହିବା ଭଳି ସଚେତନତା ବାର୍ତ୍ତା ଦେଇଥିଲେ ଓ ସଚେତନତା ହିଁ ସୁରକ୍ଷା ବୋଲି ମତବ୍ୟକ୍ତ କରିଥିଲେ । ସଚେତନତା ରଥ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଓ ସଚେତନତାମୂଳକ କାର୍ଯ୍ୟକ୍ରମକୁ ଏଲ୍ ଇ ଡି ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍କୁଲ, କଲେଜ ଛାତ୍ର ଛାତ୍ରୀଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ । ଭୁବନ ଥାନା କର୍ମଚାରୀ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ