କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥାର ସାଧାରଣ ସମ୍ପାଦକ ହେଲେ ସଂଗ୍ରାମ ପଟ୍ଟନାୟକ
କେନ୍ଦୁଝର, ୯ ନଭେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ବା ଡିଷ୍ଟ୍ରିକ ଆଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ଭାବେ ବରିଷ୍ଠ କ୍ରୀଡ଼ାବିତ, ରାଜ୍ୟ କ୍ରିକେଟ ଆସୋସିଏସନର ସର୍ବପୁରାତନ ସ୍ୱୀକୃତିପ୍ରାପ୍ତ ଅମ୍ପାୟାର ସଂଗ୍ରାମ ପଟ୍ଟନାୟକ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ଦୀର୍ଘ ୮ଥ
କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥାର ସାଧାରଣ ସମ୍ପାଦକ ହେଲେ ସଂଗ୍ରାମ ପଟ୍ଟନାୟକ


କେନ୍ଦୁଝର, ୯ ନଭେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ବା ଡିଷ୍ଟ୍ରିକ ଆଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ଭାବେ ବରିଷ୍ଠ କ୍ରୀଡ଼ାବିତ, ରାଜ୍ୟ କ୍ରିକେଟ ଆସୋସିଏସନର ସର୍ବପୁରାତନ ସ୍ୱୀକୃତିପ୍ରାପ୍ତ ଅମ୍ପାୟାର ସଂଗ୍ରାମ ପଟ୍ଟନାୟକ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ଦୀର୍ଘ ୮ଥର ସେ ଏହି କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥାର ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହେବା ସହ ଏବେ ମଧ୍ୟ ଯୁଗ୍ମ ସମ୍ପାଦକ ଭାବେ କାର୍ଯ୍ୟରତ ଥିଲେ। ସାଧାରଣ ସମ୍ପାଦକ ଥିବା ଡ଼. ଜନାର୍ଦ୍ଦନ ଦାଶଙ୍କ ପରଲୋକ ପରେ ରବିବାର ଦିନ ଜିଲ୍ଲା କ୍ରୀଡା ସଂସ୍ଥାର କାର୍ଯ୍ୟନିର୍ବାହୀ ପରିଷଦ ବା କାଉନସିଲର ଏକ ଜରୁରୀ ବୈଠକ ଉପସଭାପତି ସୁରେଶ ଚନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ସର୍ବବରିଷ୍ଠ ଯୁଗ୍ମ ସମ୍ପାଦକ ଭାବେ ସେ କାର୍ଯ୍ୟ ସମ୍ପାଦନ କରୁଥିବାରୁ ତାଙ୍କୁ ସାଧାରଣ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି। ଜିଲ୍ଲା କ୍ରୀଡା ସଂସ୍ଥାର ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହି କାର୍ଯ୍ୟ କରିବେ। ତେବେ ନିର୍ବାଚିତ କାଉନସିଲର ସମୟ ଅବଧି ଶେଷ ହୋଇଥିବାରୁ ଖୁବ ଶୀଘ୍ର ନିର୍ବାଚନ କରିବା ପାଇଁ ଏକ ପ୍ରତିନିଧିଦଳ ସୋମବାର ଜିଲ୍ଳାପାଳ ତଥା ସଂସ୍ଥାର ସଭାପତିଙ୍କୁ ଭେଟିବେ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ସଂଗ୍ରାମ ପଟ୍ଟନାୟକ ରାଜ୍ୟର ଜଣେ ପରିଚିତ କ୍ରିକେଟ ଅମ୍ପାୟାର ସହିତ ବିଭିନ୍ନ ଆନ୍ତର୍ଜାତୀୟ ଓ ଜାତୀୟସ୍ତରୀୟ ମ୍ୟାଚରେ ମ୍ୟାଚ ରେଫରୀ ଭାବେ ଏବଂ ସଂଖ୍ୟାଧିକ ରଣଜି ଟ୍ରଫିରେ ଓଡିଶା ଦଳର ମ୍ୟାନେଜର ଭାବରେ ଦାୟିତ୍ୱ ସୁଚାରୁ ଭାବେ ସମ୍ପାଦନ କରିବା ସହିତ ତାଙ୍କ ନେତୃତ୍ୱରେ କେନ୍ଦୁଝର ଫ୍ରେଣ୍ଡସ କ୍ଲବ ପକ୍ଷରୁ ମୀନକେତନ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଥିଲା। ବରିଷ୍ଠ ସାମ୍ବାଦିକ ଭାବେ ଏବେ ବି କାର୍ଯ୍ୟରତ ଶ୍ରୀ ପଟ୍ଟନାୟକଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande