କେନ୍ଦୁଝର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସ୍ବତନ୍ତ୍ର ଉତ୍ସବ ଅନୁଷ୍ଠିତ
କେନ୍ଦୁଝର, ୯ ନଭେମ୍ବର (ହି.ସ.)- ଆଜି କେନ୍ଦୁଝରରେ ଜାତୀୟ ଆଇନସେବା ଦିବସ ପାଳନ ଅବସରରେ କେନ୍ଦୁଝର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସ୍ବତନ୍ତ୍ର ଉତ୍ସବ ସ୍ଥାନୀୟ ପକ୍ଷରୁ ରୋଟାରୀ ଭବନରେ ଆୟୋଜିତ ହୋଇଥିଲା । ଏ ଅବସରରେ ଡିଷ୍ଟ୍ରିକ୍ଟ ଲିଗାଲଏଡ଼ ଅଥରିଟିଙ୍କ ଦ୍ବାରା ଇଣ୍ଡିଆନ ରେଡକ୍ରସ ସୋସାଇଟି ସହଯ
କେନ୍ଦୁଝର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସ୍ବତନ୍ତ୍ର ଉତ୍ସବ ଅନୁଷ୍ଠିତ


କେନ୍ଦୁଝର, ୯ ନଭେମ୍ବର (ହି.ସ.)- ଆଜି କେନ୍ଦୁଝରରେ ଜାତୀୟ ଆଇନସେବା ଦିବସ ପାଳନ ଅବସରରେ କେନ୍ଦୁଝର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସ୍ବତନ୍ତ୍ର ଉତ୍ସବ ସ୍ଥାନୀୟ ପକ୍ଷରୁ ରୋଟାରୀ ଭବନରେ ଆୟୋଜିତ ହୋଇଥିଲା । ଏ ଅବସରରେ ଡିଷ୍ଟ୍ରିକ୍ଟ ଲିଗାଲଏଡ଼ ଅଥରିଟିଙ୍କ ଦ୍ବାରା ଇଣ୍ଡିଆନ ରେଡକ୍ରସ ସୋସାଇଟି ସହଯୋଗରେ ରକ୍ତଦାନ ଶିବିର ଆୟୋଜିତ ହୋଇ ସଂଗୃହିତ ରକ୍ତକୁ ମାନବକଲ୍ୟାଣ ନିମନ୍ତେ ଜିଲ୍ଲା ରକ୍ତକେନ୍ଦ୍ରକୁ ପ୍ରେରଣ କରାଯାଇଥିଲା। ଜିଲ୍ଲା ଦୌରା ଜଜ ଗୋପାଳ ଚନ୍ଦ୍ର ବେହେରା ପ୍ରଥମେ ରକ୍ତଦାନ କରି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ।

ମାନବ ସେବା ପାଇଁ ପ୍ରଥମଥର ବିଚାର ପତି ବୃନ୍ଦ ଆଗେଇ ଆସି ସାମୁହିକ ଭାବେ ରକ୍ତଦାନ କରି ଏକ ଜାଜୁଲ୍ୟମାନ ପରମ୍ପରା ସୃଷ୍ଟି କରିଛନ୍ତି ।

ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା ସସ୍ମିତା ନନ୍ଦିନୀ ତ୍ରିପାଠୀ, ଏସଡିଜେଏମ ସୁମିତା କୁମାରୀ ଦାଶ, ଡ଼ିଏଲଏସଏ ସଦସ୍ୟ ଅକ୍ଷୟ କୁମାର ଚକ୍ର ପ୍ରମୁଖ ଆଗଭର ହୋଇ ରକ୍ତଦାନ କରି ଥିଲେ। ଏ ଅବସରରେ ସିଜେ ଏମ ହିମାଂଶୁ ଶେଖର ବିଶ୍ବାଳ, ମହିଳା କୋର୍ଟ ବିଚାରପତି ନେହା ଦାଶ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଏସପି ସ୍ନେହାଶିଷ ସାହୁ, ଜିଲ୍ଲା ରେଡ଼କ୍ରସ ଯୁଗ୍ମ ସମ୍ପାଦକ ଏ ଆର ଖାନ, ରୋଟାରୀ ସଭାପତି ହରିହର ମହାନ୍ତ , ଡାକ୍ତର ସଂଜୀବ ଓତା, ଡାକ୍ତର ରମାକାନୁ ମୁଣ୍ଡା, ବରିଷ୍ଠ ଆଇନଜୀବୀ ଅଶ୍ବିନୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande