ଇପିଏଫ୍ ପେନସନର୍ସ ଆସୋସିଏସନ୍ କୋରାପୁଟ ଜିଲ୍ଲା ବୈଠକ
ଜୟପୁର, 9 ନଭେମ୍ବର (ହି.ସ.) ଯାଦବ ଭବନ ଠାରେ ଅଲ୍ ଓଡିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ କୋରାପୁଟ ଜିଲ୍ଲା କମିଟି ର ବୈଠକ ଶ୍ରୀ ନଳିନୀକାନ୍ତ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ତା ୦୩.୧୦.୨୦୨୫ ରିଖ ଦିନ ଅଲ୍ ଓଡିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ ର ପ୍ରତିଷ୍ଠା ଦିବସ ଭୁବନେଶ୍ୱର ସ୍ଥିତ
ଇପିଏଫ୍ ପେନସନର୍ସ ଆସୋସିଏସନ୍ କୋରାପୁଟ ଜିଲ୍ଲା ବୈଠକ ।


ଜୟପୁର, 9 ନଭେମ୍ବର (ହି.ସ.) ଯାଦବ ଭବନ ଠାରେ ଅଲ୍ ଓଡିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ କୋରାପୁଟ ଜିଲ୍ଲା କମିଟି ର ବୈଠକ ଶ୍ରୀ ନଳିନୀକାନ୍ତ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ତା ୦୩.୧୦.୨୦୨୫ ରିଖ ଦିନ ଅଲ୍ ଓଡିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ ର ପ୍ରତିଷ୍ଠା ଦିବସ ଭୁବନେଶ୍ୱର ସ୍ଥିତ ଲୋହିଆ ଭବନ ଠାରେ ଅନୁଷ୍ଠିତ ହୋଇଥିଲା ଏବଂ ଉକ୍ତ ସଭାରେ କୋରାପୁଟ ଜିଲ୍ଲାରୁ ଶ୍ରୀ ଦୁର୍ଗା ପ୍ରସାଦ ଦାଶ ଯୋଗଦେଇଥିଲେ। ସଭାରେ ନିଷ୍ପତ୍ତି ହୋଇଛି ଯେ , ଆସନ୍ତା ଡ଼ିସେମ୍ବର - ୯ ତାରିଖରେ ଦେଶର ରାଜଧାନୀ ଦିଲ୍ଲୀରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ସହ ଇପିଏଫ୍ ପେନସନର୍ସ ଆସୋସିଏସନ୍ ର ସର୍ବ ଭାରତୀୟ ନେତୃବୃନ୍ଦ ଆଲୋଚନା କରିବେ ଏବଂ ସର୍ବନିମ୍ନ ପେନସନ ମାସିକ ୯,୦୦୦/ ଟଙ୍କା ଓ ଚିକିତ୍ସା ସୁବିଧା ପାଇଁ ଦାବି କରି ନୂଆ ଦିଲ୍ଲୀ ଠାରେ ଯନ୍ତର ମନ୍ତର ଠାରେ ବିଶାଳ ଗଣ ବିକ୍ଷୋଭ ଅନୁଷ୍ଠିତ ହେବ । ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ଦୁର୍ଗା ପ୍ରସାଦ ଦାଶ ସୂଚନା ଦେଇଛନ୍ତି। ଆସନ୍ତା ନଭେମ୍ବର ୧୬ ତାରିଖ ଦିନ ଜିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କୁ ସର୍ବନିମ୍ନ ପେନସନ ବୃଦ୍ଧି ପାଇଁ ଦାବି ପତ୍ର ପ୍ରଦାନ କରାଯିବ । ଏଥିରେ ବହୁ ସଂଖ୍ୟକ ପେନସନଧାରୀ ଅବସରପ୍ରାପ୍ତ ଶ୍ରମିକ ମାନେ ଯୋଗ ଦେବା ପାଇଁ ଶ୍ରମିକ ନେତା ଶ୍ରୀ ପ୍ରମୋଦ କୁମାର ମହାନ୍ତି ନିବେଦନ କରିଛନ୍ତି । ସଭ୍ୟ ପଦ ନବୀକରଣ ଏବଂ ସଭ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି।ଆଲୋଚନା ରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ବସନ୍ତ ବେହେରା,ରାମ ପ୍ରସାଦ ପଣ୍ଡା,କେ.ଏସ୍. ବିଶ୍ୱାଳ,ଜି ପ୍ରସାଦ ରାଓ , ଦଣ୍ଡପାଣି ପାତ୍ର , ସୁଦର୍ଶନ ବିଷୋୟୀ, ଧ୍ରୁବ ଚରଣ ବାରିକ , ସୁବାଷ ବେହେରା , ଧ୍ରୁବ ମଲ୍ଲିକ , ଭାସ୍କର ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ଉପ ସଭାପତି ଶ୍ରୀ ମୁଦି ରଥ ହୋତା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande