
କେନ୍ଦୁଝର, 9 ନଭେମ୍ବର (ହି.ସ.) ସାହାରପଡ଼ା ବ୍ଲକ୍ ଦାମାହୁଦା ପଞ୍ଚାୟତ ଗୋଜା ପଥର ଗ୍ରାମର
ଦୟାନିଧି ମହାନ୍ତ ଓ ଶକୁନ୍ତଳା ମହାନ୍ତଙ୍କର ସୁଯୋଗ୍ୟ ସନ୍ତାନ ଭାରତ ଭୂଷଣ
ମହାନ୍ତ ଚଳିତ ବର୍ଷର ନୀଟ ପରୀକ୍ଷାରେ ସଫଳତା ଲାଭ କରି ଭବାନୀପାଟଣା ମେଡ଼ିକାଲ କଲେଜରେ ଡାକ୍ତରୀ
ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ଗୋଜା ପଥର ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ବଦ୍ଧନା
ଦିଆଯାଇଛି । ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ନାଏକ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥୁ
ରୂପେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଶିକ୍ଷାବିତ୍
ମହେଶ୍ବର ମହାନ୍ତ ମେଧାବୀ ଛାତ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ
ସମ୍ମାନିତ କରିଥିଲେ । ସମ୍ମାନିତ ଅତିଥୁ ରୂପେ ମେଧାବୀ ଛାତ୍ର/ଛାତ୍ରୀ ସମ୍ବଦ୍ଧନା ମଞ୍ଚ ତରଫରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସ୍ବାମପାଟଣାର ବିଜ୍ଞାନ ଶିକ୍ଷକ ତଥା ଭାଷ୍ୟକାର ପାର୍ଥସାରଥୀ ବେଜ ଓ ପାଟଣା ବ୍ଲକ୍ର ଶିକ୍ଷକ ନେତା ପ୍ରମୋଦ କୁମାର ମହାନ୍ତ ଭାରତ ଭୂଷଣ ଏବଂ ତାଙ୍କ
ପିତାଙ୍କୁ ଉତ୍ତରୀୟ ପ୍ରଦାନକରି ସମ୍ବଦ୍ଧନା କରିଥିଲେ । ସ୍ବାମପାଟଣା ସରକାରୀ ବାଳିକା ଉଚ୍ଚ
ବିଦ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ ତଥା ସାମାଜିକ କର୍ମୀ ବିଦ୍ୟାଧର ମହାନ୍ତ ଭାରତ ଭୂଷଣ ଙ୍କୁ ସମ୍ବଦ୍ଧନା ପତ୍ର
ପ୍ରଦାନ କରିବା ସହିତ ତାଙ୍କର ମାତା ଙ୍କୁ ମଧ୍ଯ ପ୍ରଶଂସା ପତ୍ର ସହିତ ବସ୍ତୁ ଓ ଉପବସ୍ତୁ
ପ୍ରଦାନ ପୂର୍ବକ ଆଶୀର୍ବାଦ କରିଥିଲେ। ଗୋଜା ପଥର ଉଚ୍ଚ
ବିଦ୍ୟାଳୟର ଶିକ୍ଷକ ରମେଶ ଚନ୍ଦ୍ର ସ୍ବାଇଁ, ସତ୍ୟବ୍ରତ ରାଉତ, ଶତ୍ରୁଘ୍ନ ଖୁଣ୍ଟିଆ ଓ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତଯୁକୁ
ନନ୍ଦକିଶୋର ମହାନ୍ତି ଭାରତ ଭୂଷଣ ଙ୍କୁ ଉତ୍ସାହିତ କରିବା ସହିତ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା
କରିଥିଲେ । ଏହି କାର୍ଯ୍ୟ କ୍ରମରେ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା ଭକ୍ତବନ୍ଧୁ ମହାନ୍ତି, ହୃଷୀକେଶ
ମହାନ୍ତ, ରୋହିତ କୁମାର ମହାନ୍ତ ଯୋଗ ଦେଇ ଏହାକୁ ସଫଳ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA