
କନ୍ଧମାଳ , ନଭେମ୍ବର (ହି.ସ.)
କନ୍ଧମାଳ ଜିଲ୍ଲା ବାଲିଗୁଡା ୟୁକୋ ବ୍ୟାଙ୍କ ରେ ସୁନା ଋଣ ନାଁ ରେ ଏକ ବଡ଼ ଧରଣ ର ଠକେଇ ନେଇ ସୁନା ବ୍ୟବସାୟୀ କୁ ଗଞ୍ଜାମ ବ୍ରହ୍ମପୁର ରୁ ଗିରଫ କରିଛି ବାଲିଗୁଡା ଥାନା ପୋଲିସ l ଗିରଫ ସୁନା ବ୍ୟବସାୟୀ ଜଣକ ବାଲିଗୁଡା ର ପି.ସତ୍ୟରାମ ଆଚାରୀ ବୋଲି ସୂଚନା ମିଳିଛି l ଗିରଫ ବ୍ୟବସାୟୀ ନିଜେ ୟୁକୋ ବ୍ୟାଙ୍କ ର ସୁନା ମୂଲ୍ୟାଙ୍କନକାରୀ ଭାବେ କାର୍ଯ୍ୟ କରୁଥିଲେ l ବାଲିଗୁଡା ପାଟଖଣ୍ଡା ମାର୍କେଟ ରେ ତାଙ୍କ ନିଜର ଗୋଟିଏ ସୁନା ଅଳଙ୍କାର ଦୋକାନ ରହିଥିବା ବେଳେ ନିଜ ଜୁଏଲରୀ ସପ ର ତିନି ଜଣ କର୍ମଚାରୀ ଙ୍କ ନାଁ ରେ ଏହି ଫେକ ଲୋନ ଜାଲିଆତି ର ଯୋଜନା କରିଥିଲେ ଗିରଫ ବ୍ୟବସାୟୀ l ନିଜେ ୟୁକୋ ବ୍ୟାଙ୍କ ର ସୁନା ମୂଲ୍ୟାଙ୍କନକାରୀ ଭାବରେ ନିୟୋଜିତ ଥିବାରୁ ତାଙ୍କ ଦୋକାନର ତିନି କର୍ମଚାରୀ ରୁନୁବାଳା ପ୍ରଧାନ, ସୂଦୀପ୍ତା ନାୟକ ଓ ଜି.ସିମାଞ୍ଚଳ ରେଡି ଙ୍କ ନାଁ ରେ ନକଲି ସୁନା ଓ ଫେକ ଦସ୍ତାବିଜ ଦେଇ ୧୪ଟି ଫେକ ଲୋନ ମଞ୍ଜୁରୀ କରାଇଥିଲେ l ତିନି କର୍ମଚାରୀ ଙ୍କ ଆକାଉଣ୍ଟ ରେ ଆସିଥିବା ମୋଟ ୮୫ ଲକ୍ଷ ୮୬ ହଜାର ଟଙ୍କା ହଡ଼ପ କରି ନିଜ ସୁନା ଦୋକାନ ବନ୍ଦ କରି ବାଲିଗୁଡା ରୁ ଫେରାର ହୋଇଥିଲେ ପି. ସତ୍ୟରାମ ଅଚାରୀ, ଟଙ୍କା ହଡ଼ପ ପରେ ଫେରାର ହୋଇ ଦିଲ୍ଲୀ, ବିଶାଖାପାଟଣା ସମେତ ବିଭିନ୍ନ ସ୍ଥାନ ରେ ଆତ୍ମ ଗୋପନ କରିଥିଲେ ବ୍ୟବସାୟୀ ଜଣକ l ଗତ ମେ ମାସ ୨୧ ତାରିଖ ରେ ୟୁକୋ ବ୍ୟାଙ୍କ ମ୍ୟାନେଜର ମାନସ ରଞ୍ଜନ ନାୟକ ସୁନା ଋଣ ରାଶି ମଂଜୁର ନିମନ୍ତେ ପି. ସତ୍ୟରାମ ଅଚାରୀ ରଚିଥିବା ଅପରାଧିକ ଷୋଡଯନ୍ତ୍ର ବିଷୟରେ ବାଲିଗୁଡା ଥାନା ରେ ଲିଖିତ ଅଭିଯୋଗ କରିଥିଲେ l ତେବେ ଫେକ ଗୋଲଡ଼ ଲୋନ ସ୍କାମ ରେ ବ୍ୟାଙ୍କ କର୍ମଚାରୀ ଙ୍କ ସମ୍ପୃକ୍ତି ରହିଛି କି ନାହିଁ ସେ ନେଇ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ