
ଭୁବନେଶ୍ୱର , 9 ନଭେମ୍ବର (ହି.ସ.) ଆୟକର ବିଭାଗ ରବିବାର ଦିନ ବିଜୁ ଜନତା ଦଳ (ବିଜେଡି) ନେତା ଏବଂ କୋମନା ବ୍ଲକର ପୂର୍ବତନ ଅଧ୍ୟକ୍ଷ ମନୋଜ ମିଶ୍ରଙ୍କ ନୂଆପଡ଼ା ଜିଲ୍ଲାସ୍ଥିତ ଘରେ ଚଢାଉ କରିଛି।
ମିଳିଥିବା ସୂଚନା ଅନୁସାରେ ଆୟକର ବିଭାଗର ଟିମ୍ ସକାଳ 6ଟା ସମୟରେ ମିଶ୍ରଙ୍କ ଘରକୁ ପହଞ୍ଚି ଚଢାଉ ଆରମ୍ଭ କରିଥିଲା।
ତେବେ ଆୟକର ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ଏହି ଚଢାଉ ସମ୍ପର୍କରେ କୌଣସି ଆନୁଷ୍ଠାନିକ ଜାରି ହୋଇନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ