
କନ୍ଧମାଳ , ୯ ନଭେମ୍ବର (ହି.ସ.) ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ‘କନ୍ୟା ଭାରତୀ’ ତରଫରୁ କନ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଉଦ୍ଘାଟନୀ ଅବସରରେ ଶିକ୍ଷୟିତ୍ରୀ ସୌଭାଗ୍ୟଲକ୍ଷ୍ମୀ ଦାଶ ଏବଂ ସବିତା ସାହୁ ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆଗେଇନେଇଥିଲେ। ସେହିପରି ବିଦ୍ୟାଳୟର ସହ-ପ୍ରଧାନ ଆଚାର୍ଯ୍ୟା ବୈଜୟନ୍ତୀ ସାମନ୍ତରାୟ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଏବଂ କନ୍ୟା ଶିବିରର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ସମ୍ବନ୍ଧରେ ଅବଗତ କରାଇଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା ମାଳବିକା ଶତପଥୀ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀଙ୍କ ସମେତ ସ୍ୱାସ୍ଥ୍ୟ ପରାମର୍ଶଦାତା ରାଜକୁମାରୀ ବେହେରା ଏବଂ ରାଜେଶ୍ୱରୀ ବେହେରା(ବରିଷ୍ଠ ସୁସ୍ଥତା ପ୍ରଶିକ୍ଷିକା ) ସମାରୋପରେ ଉପସ୍ଥିତ ଥିଲେ। ଏହି କନ୍ୟା ଶିବିରର ମୁଖ୍ୟ ଆକର୍ଷଣ ଥିଲା ପାରମ୍ପରିକ ଝୋଟି ଆଙ୍କିବା, ଶାଢ଼ୀ ପିନ୍ଧିବା, ମେହେନ୍ଦୀ ଲଗାଇବା, ବ୍ୟବସାୟିକ ମେଳା ଏବଂ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ ପ୍ରତିଯୋଗୀତା ସହିତ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ, ସାମୂହିକ ସଙ୍ଗୀତ,ବ୍ୟକ୍ତିଗତ ସଙ୍ଗୀତ,ତୁଳସୀ ପୂଜନ ବିଧି,ମହିୟସୀ ମହିଳାଙ୍କ ଫଟୋ ପ୍ରଦର୍ଶନ ଏବଂ ଏବଂ ନାଟକ (କନ୍ୟାରତ୍ନ) ପରିବେଷଣ କରାଯାଇଥିଲା। ଆଚାର୍ଯ୍ୟା ରାଜେଶ୍ୱରୀ ପଟ୍ଟନାୟକଙ୍କ ଦ୍ୱାରା ବନ୍ଦନା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ସମସ୍ତ ଆଚାର୍ଯ୍ୟା ଓ ସେବକ ସେବୀକା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା । ପରିଶେଷରେ କୃତି ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ