ଖଡିଆ ସମାଜର ବାନ୍ଦେର ତିହାର
ଖଡିଆ ସମାଜର ବାନ୍ଦେର ତିହାର
ଖଡିଆ ସମାଜର ବାନ୍ଦେର ତିହାର


ଖଡିଆ ସମାଜର ବାନ୍ଦେର ତିହାର


ଖଡିଆ ସମାଜର ବାନ୍ଦେର ତିହାର


ସମ୍ବଲପୁର, ୦୯ ନଭେମ୍ବର (ହି.ସ.) ଖଡିଆ ସାଂସ୍କୃତିକ ସେବା ସମାଜ ଆନୂକୁଲ୍ୟରେ ଧନକଉଡା ବ୍ଳକ ବସନ୍ତପୁର ପଞ୍ଚାୟତର ପାପଡେରା ଠାରେ ଆଜି ବାନ୍ଦେଇ ତିହାର ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ଜିଲ୍ଲା ସଭାପତି ରାଜୁ ଖଡିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖଡିଆ ସମାଜର ସମ୍ବଲପୁର, ବରଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲାରୁ ଆସିଥିବା କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ। ପ୍ରଥମେ ଗୋପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ ଅନୁଷ୍ଠିତ ସଭାରେ ବାନ୍ଦେର ତିହାର ର ମହତ୍ତ୍ବ ଉପରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଖଡିଆ ସାଂସ୍କୃତିକ ସେବା ସମାଜର ଉପସଭାପତି ତରଣୀ ଖଡିଆ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଗୋରୁଗାଇ ଚାଷ କାର୍ଯ୍ୟରେ ସାହାଯ୍ୟ କରି ଖଡିଆ ସମାଜର ମଙ୍ଗଳ ସାଧନ କରିଥାନ୍ତି । ତେଣୁ କାର୍ତ୍ତିକ ପୂର୍ଣ୍ଣମୀ ଦିନ ସେମାନଙ୍କ ଗୋଡ ଧୋଇ, ତେଳ ଫୁଳ ଦେଇ ସୁଖାଦ୍ୟ ଖାଇବାକୁ ଦିଆଯାଏ ବୋଲି ଉପସଭାପତି ବସନ୍ତ କୋକବାକ ସୂଚନା ଦେଇଥିଲେ । ବର୍ତ୍ତମାନ ସମୟରେ ଅନେକ ପରମ୍ପରାକୁ ସମାଜର ଯୁବପିଢୀକୁ ଜଣାଇବା ପାଇଁ ଏହାର ସାମୁହିକ ଭାବେ ଆୟୋଜନ କରାଯାଉଛି । ସୁନ୍ଦରଗଡ ଜିଲାରୁ ଆସିଥିବା ଶ୍ରୀରାମ କୁଲୁ କାର୍ଯ୍ୟକ୍ରମରେ ଖଡିଆ ସମାଜର ଶିକ୍ଷା, ସ୍ବାସ୍ଥ୍ୟ, ଅର୍ଥନୈତିକ ବିକାଶ ସହ ସାମାଜିକ ସଂସ୍କାର ଏବଂ ଭାଷା ସଂସ୍କୃତିର ସଂରକ୍ଷଣ ଉପରେ ଆଳୋଚନା କରିଥିଲାଲେ । ଏହାପୂର୍ବରୁ ଖଡିଆ ସମାଜର ପୂର୍ବ ପୁରୁଷ ମାନଙ୍କୁ ସ୍ମରଣ କରାଯିବା ସହ କରମସାନୀ ଏବଂ ସମଲେଇଙ୍କ ପୂଜାର୍ଚ୍ଚନା କରାଯାଇ ମଞ୍ଚ ରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରାଗଡ ଜିଲାରୁ ଚୁନୂ କୁଲୁ, ସନ୍ତୋଷ କେରକେଟା, ଶିବ କିଡୋ, ରମେଶ ସୁରେନ, ଧମା ଅଞ୍ଚଳରୁ ସୁନିଲ ବାଗ, ଝୁନୁ ଖଡିଆ, ଧନକଉଡା ସଭାପତି ପ୍ରଫୁଲ୍ଲ ଖଡିଆ ପ୍ରମୁଖ ମଞ୍ଚାସୀନ ରହିଥିଲେ । ସଭା ଶେଷରେ ବିଷ୍ଣୁ କଡିଆ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ଦିଲିପ ଖଡିଆ, ଡାକ୍ତର ଖଡିଆ, ବସନ୍ତ ଖଡିଆ, ସୁଗ୍ରୀବ ଖଡିଆ, ସଙ୍ଗର ଖଡିଆ ସହଯୋଗ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande