ମଣ୍ଡି ଖୋଲିବାରେ ବିଳମ୍ବ : କୃଷକ ସଂଗଠନ ପକ୍ଷରୁ ତୀବ୍ର ଅସନ୍ତୋଷ
ମଣ୍ଡି ଖୋଲିବାରେ ବିଳମ୍ବ : କୃଷକ ସଂଗଠନ ପକ୍ଷରୁ ତୀବ୍ର ଅସନ୍ତୋଷ
ମଣ୍ଡି ଖୋଲିବାରେ ବିଳମ୍ବ : କୃଷକ ସଂଗଠନ ପକ୍ଷରୁ ତୀବ୍ର ଅସନ୍ତୋଷ


ସମ୍ବଲପୁର, ୦୯ ନଭେମ୍ବର (ହି.ସ.) ନଭେମ୍ବର ଦ୍ଵିତୀୟ ସପ୍ତାହରେ ଖରିଫ ଧାନ କ୍ରୟକୁ ନେଇ ରାଜ୍ୟ ସରକାର ଓ ପ୍ରଶାସନ ର ନୀରବତା, ଚାଷୀ ସମୁଦାୟଙ୍କୁ ବ୍ୟସ୍ତ ବିବ୍ରତ କରିଛି ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ତରଫରୁ କୁହାଯାଇଛି। ଚଳିତ ଖରିଫରେ ମୌସୁମୀ ଅନ୍ୟ ବର୍ଷ ତୁଳନା ରେ ଆଗରୁ ଆସିଥିବାରୁ ଚାଷ ବି ଆଗରୁ ହେଇଥିଲା। ସେଇ କାରଣରୁ ଉଭୟ ଜଳସସେଚିତ ଓ ଅଣଜଳସେଚିତ ଅଂଚଳରେ ଅଳ୍ପଦିନିଆ ଓ ମଧ୍ୟମକାଳୀନ ଧାନ ଅମଳ ଜୋରସୋର ରେ ଚାଲିଛି। ଛୋଟ ଧାନ ପ୍ରାୟ ଅମଳ ସରିବା ଉପରେ । ଚାଷୀ ପାଖରେ ଭଣ୍ଡାରଣ ର ସୁବିଧା ନାହିଁ। ଲଘୁଚାପ ଜନିତ ବର୍ଷା ର ଆଶଙ୍କା ଥିବାରୁ ଖରିଫ ଧାନ କିଣାର ପ୍ରକ୍ରିୟା ନେଇ ଜ଼ିଲ୍ଲା ଧାନ କ୍ରୟ ସମିତି ର ବୈଠକ ନହେବା ଚିନ୍ତା ର ବିଷୟ ବୋଲି ସଂଗଠନର ସଭାପତି ବ୍ୟୋମକେଶ ଠାକୁର କହିଛନ୍ତି। ଧାନ କିଣା କୁ ବିଳମ୍ବିତ କରି ଚାଷୀଙ୍କୁ ମଣ୍ଡି ବାହାରେ ଧାନ ବିକିବାକୁ ବାଧ୍ୟ କରାଯାଉଛି ଯାହା ଏକ ବଡ ସଂଖ୍ୟକ ଚାଷୀଙ୍କୁ ଇନପୁଟ ଅର୍ଥ ରୁ ବଞ୍ଚିତ କରିବା ସହ ଅଭାବୀ ବିକ୍ରି ଜନିତ କ୍ଷତିରେ ପକାଇବ। ଚାଷୀ ଆଶଙ୍କା କରୁଛନ୍ତି ଯେ ମଣ୍ଡି ଖଲିବା ବେଳକୁ ନଭେମ୍ବର ଶେଷ ସପ୍ତାହ ହେଇଯିବ ଓ ବହୁ ଚାଷୀ ଇନପୁଟ ଅର୍ଥ ବିନା ବିକିବାକୁ ବାଧ୍ୟ ହେବା ସହ ଘୋର ଅଭାବୀ ବିକ୍ରିର ସମ୍ମୁଖୀନ ହେବେ ହେବେ। ଅତିଶୀଘ୍ର ଜ଼ିଲ୍ଲା ସ୍ତରୀୟ କ୍ରୟ ସମିତି ବୈଠକ ଡକାଯାଇ ମଣ୍ଡି ଖୋଲାଯାଉ, ଗତବର୍ଷ ଭଳି କଟଣୀ ଛଟଣୀ ପୁନରାବୁତ୍ତି ନହେବା, ଜଣେ ବି ଚାଷୀ ଙ୍କୁ ଇନପୁଟ ରାଶି ରୁ ବଞ୍ଚିତ ନକରିବା, ବର୍ଷା ଜନିତ କ୍ଷୟକ୍ଷତି ର ସଠିକ ଆକଳନ ସହ ଶୀଘ୍ର କ୍ଷତିପୁରଣ ଦେବାର ବ୍ୟବସ୍ଥା କରିବା ପାଇଁ ସଂଗଠନ ଦାବି କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande