ମାସିକ ରଚନା ସନ୍ଧ୍ୟା : ଆମ ସଂସ୍କୃତି ଓ ଆଧୁନିକତା ଶୀର୍ଷକ ଆଲୋଚନାଚକ୍ର
ବଲାଙ୍ଗିର, 9 ନଭେମ୍ବର (ହି.ସ.) ପରିବର୍ତ୍ତନଶୀଳ ସମୟ ସହ ତାଳ ଦେଇ ଆମ ସମାଜ ମଧ୍ୟ ପରିବର୍ତ୍ତନକୁ ଆପଣେଇ ଥାଏ। କିନ୍ତୁ ଆମେ ଆମ ସଂସ୍କୃତି ଓ ପରମ୍ପରାକୁ ପାଶୋରି ଦେବା ଉଚିତ ନୁହେଁ। ଆଧୁନିକତାର ଅର୍ଥ ନିଜ ସଂସ୍କୃତିକୁ ଭୁଲିଯିବା ନୁହେଁ। ଆମ ଭାରତୀୟ ସଂସ୍କୃତି ଏକ ଶୃଙ୍ଖଳିତ ଜୀବନଶୈଳୀର ଶିକ୍ଷାଦ
ମାସିକ ରଚନା ସନ୍ଧ୍ୟା  :   ଆମ ସଂସ୍କୃତି ଓ ଆଧୁନିକତା ଶୀର୍ଷକ ଆଲୋଚନାଚକ୍ର


ମାସିକ ରଚନା ସନ୍ଧ୍ୟା  :   ଆମ ସଂସ୍କୃତି ଓ ଆଧୁନିକତା ଶୀର୍ଷକ ଆଲୋଚନାଚକ୍ର


ମାସିକ ରଚନା ସନ୍ଧ୍ୟା  :   ଆମ ସଂସ୍କୃତି ଓ ଆଧୁନିକତା ଶୀର୍ଷକ ଆଲୋଚନାଚକ୍ର


ବଲାଙ୍ଗିର, 9 ନଭେମ୍ବର (ହି.ସ.)

ପରିବର୍ତ୍ତନଶୀଳ ସମୟ ସହ ତାଳ ଦେଇ ଆମ ସମାଜ ମଧ୍ୟ ପରିବର୍ତ୍ତନକୁ ଆପଣେଇ ଥାଏ। କିନ୍ତୁ ଆମେ ଆମ ସଂସ୍କୃତି ଓ ପରମ୍ପରାକୁ ପାଶୋରି ଦେବା ଉଚିତ ନୁହେଁ। ଆଧୁନିକତାର ଅର୍ଥ ନିଜ ସଂସ୍କୃତିକୁ ଭୁଲିଯିବା ନୁହେଁ। ଆମ ଭାରତୀୟ ସଂସ୍କୃତି ଏକ ଶୃଙ୍ଖଳିତ ଜୀବନଶୈଳୀର ଶିକ୍ଷାଦିଏ। ତେଣୁ ଏହାକୁ ଛାତ୍ର ଅବସ୍ଥାରୁ ଆଦରି ନେବା ଆବଶ୍ୟକ l ବଲାଙ୍ଗିରର ଅଗ୍ରଣୀ ସାମାଜିକ-ସାହିତ୍ୟିକ-ସାଂସ୍କୃତିକ ଅନୁଷ୍ଠାନ 'ରଚନା'ର ମାସିକ ରଚନା ସନ୍ଧ୍ୟା କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ ପାଇଛି।

ସ୍ଥାନୀୟ ପି ପି ଏକାଡେମୀ ସଭାକକ୍ଷରେ ଆମ ସଂସ୍କୃତି ଓ ଆଧୁନିକତା ଶୀର୍ଷକ ଆଲୋଚନାଚକ୍ର ରେ ଅତିଥିବକ୍ତା ଭାବରେ ରାଜେନ୍ଦ୍ର ମହାବିଦ୍ୟାବଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ସତ୍ୟବନ୍ତ ବେଦବାକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଗତିକୃଷ୍ଣ ଉଦଗାତା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପୁରାଣ ପ୍ରସଙ୍ଗ ଓ ପୁସ୍ତକର ଉଦାହରଣ ଦେଇ ଆମ ସଂସ୍କୃତିର ମହାନତା ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟତମ ଅତିଥିବକ୍ତା ଭାବରେ ମହିଳା ମହାବିଦ୍ୟାଳୟର ଛାତ୍ରୀ ସୁଚିସ୍ମିତା ସିଂହ ଓ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଛାତ୍ର ବରୁଣ ଚୌହାନ ଯୋଗଦେଇ ଆଧୁନିକତାକୁ ଆମେ ଏପରି ଭାବରେ ଆପଣାଇବା ଯାହା ଆମ ସଂସ୍କୃତିକୁ କୌଣସି ଆଘାତ ପହଞ୍ଚାଉ ନଥିବ ବରଂ ଆମକୁ ଆହୁରି ଶୃଙ୍ଖଳିତ କରୁଥିବ ବୋଲି ନିଜ ମତ ରଖିଥିଲେ l କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡ଼ ଜଗନ୍ନାଥ ସାହୁ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ସହସମ୍ପାଦକ ରତ୍ନମୟ ତ୍ରିପାଠୀ। ଏହି କାର୍ଯ୍ୟକ୍ରମରେ 'ରଚନା'ର ସମସ୍ତ ସଭ୍ୟ ସଭ୍ୟା, ଛାତ୍ରଛାତ୍ରୀ, ସଂସ୍କୃତିପ୍ରେମୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande