

ସମ୍ବଲପୁର, ୦୯ ନଭେମ୍ବର (ହି.ସ.) ଏମ୍ସିଏଲ୍ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉଦ୍ଯାପିତ ହୋଇଛି । ଦୁର୍ନୀତି ନିବାରଣ ଆମର ଉତ୍ତର ଦାୟିତ୍ୱ ବାର୍ତ୍ତା ନେଇ ଏମ୍ସିଏଲ୍ର ଏହି କାର୍ଯ୍ୟକ୍ରମର ଉଦ୍ଯାପନୀ ସମାରୋହରେ କମ୍ପାନୀର ସିଏମ୍ଡ଼ି ଉଦୟ ଅନନ୍ତ କାଓଲେ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ । ନିର୍ଦ୍ଦେଶକ (ଏଚ୍ଆର୍) କେଶବ ରାଓ ସିଭିଓ ପି.କେ. ପଟେଲ, ନିର୍ଦ୍ଦେଶକ (ଅର୍ଥ) ଏ.କେ. ବେଉରା ନିର୍ଦ୍ଦେଶକ (ବୈଷୟିକ) ଏସ୍.କେ. ଝା ଉପସ୍ଥିତ ଥିଲେ ।
ସମାରୋହରେ ଭିଜିଲେନ୍ସ ବୁଲେଟିନ୍ର ତୃତୀୟ ସଂସ୍କରଣକୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଦୁର୍ନୀତି ନିବାରଣ ସଚେତନତା ନେଇ କର୍ମଚାରୀ, ସେମାନଙ୍କ ପରିବାର ବର୍ଗ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନେ ପୁରସ୍କୃତ ହୋଇଥିଲେ । ଏହି ବିଷୟରେ ସମ୍ବଲପୁର ନାଟ୍ୟ ଅନୁଷ୍ଠାନ ଦ୍ୱାରା ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା । ଦୁର୍ନୀତି ନିବାରଣ ରଥ, ସାଇକେଲ ଚାଳନା, ଗ୍ରାମସଭା, ଅଂଶୀଦାର ସମ୍ମିଳନୀ ଭଳି ବିଭିନ୍ନ ପ୍ରତିଯୋଗିତାରେ ସ୍ୱଚ୍ଛତା, ସଦାଚାର ଏବଂ ପାରଦର୍ଶିତାକୁ କମ୍ପାନୀ ପକ୍ଷରୁ ପ୍ରତିଫଳିତ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ