
ଭୁବନେଶ୍ୱର, 9 ନଭେମ୍ବର (ହି.ସ.)
ଭୁବନେଶ୍ୱର, ୯ ନଭେମ୍ବର (ହି.ସ) ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ଆଜି 4ଟାରେ ସମାପ୍ତ ହେବ। ଏହା ପରେ ଆଜି ସନ୍ଧ୍ୟା ୪ଟାରୁ ୪୮-ଘଣ୍ଟିଆ ନିର୍ବଚନୀ ନିରବତା ଅବଧି ଆରମ୍ଭ ହେବ, ଯେଉଁ ସମୟରେ କୌଣସି ପ୍ରକାରର ପ୍ରଚାର କାର୍ଯ୍ୟକଳାପ ଅନୁମୋଦିତ ହେବ ନାହିଁ।
ପ୍ରଚାର ଅବଧି ସମାପ୍ତ ହେବାକୁ ଥିବା ବେଳେ ପ୍ରାର୍ଥୀମାନେ ଓ ବିଭିନ୍ନ ଦଳର କାର୍ଯ୍ୟକର୍ତ୍ତାମାନେ ଭୋଟରମାନଙ୍କ ସହ ଶେଷ ମୁହୂର୍ତ୍ତର ସଂଯୋଗ ସ୍ଥାପନ ପାଇଁ ଚେଷ୍ଟାରତ ଅଛନ୍ତି।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶାନୁସାରେ, ନିର୍ବାଚନ ପୂର୍ବରୁ ଥିବା ୪୮ ଘଣ୍ଟିଆ ନିରବତା ଅବଧିରେ କଠୋର ନିୟମ ଓ ଆଚରଣବିଧି ଲାଗୁ ହେବ।
ନୂଆପଡା ଉପନିର୍ବାଚନ ପାଇଁ ଭୋଟଗ୍ରହଣ ନଭେମ୍ବର ୧୧ (ମଙ୍ଗଳବାର) ଦିନ ହେବାକୁ ନିର୍ଦ୍ଧାରିତ ହୋଇଛି। ନିର୍ବାଚନକୁ ନିର୍ବିଘ୍ନ ଓ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ